om academy

ସିକିଲ୍‌ସେଲ୍‌ ରୋଗରେ ଆକ୍ରାନ୍ତ ବ୍ୟକ୍ତି ଟଙ୍କା ଅଭାବରୁ ଚିକିତ୍ସିତ ହୋଇ ପାରୁନାହାନ୍ତି

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ବରିକେଲ ଗ୍ରାମର ହରିଜନ ପଡାର ମୋତିଲାଲ କନ୍ଧେର ( ୪୨) ଆଜିକୁ ଦୀର୍ଘ ଅନେକ ବର୍ଷରୁ ସିକିଲ୍‌ସେଲ୍‌ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇ ପାରୁନାହାନ୍ତି। ଛୋଟ ସମୟରୁ ତାଙ୍କର ଶରୀରରେ ସିକିଲ୍‌ସେଲ୍‌ ରୋଗ ଥିଲା । ସରକାରୀ ଯୋଜନାରେ ମାସକୁ ୫୦୦ ଟଙ୍କା ସିକିଲ୍‌ସେଲ୍‌ ରୋଗୀଙ୍କୁ ଭତ୍ତା ଦେବାର ପ୍ରାବଧାନ ଅଛି । ସେ ୧୬ ମାସର ୮ ହଜାର ଟଙ୍କା କିଛି ଦିନ ତଳେ ପାଇଥିଲେ । କିନ୍ତୁ ତା ୩୦/ ୮/ ୨୦୧୯ ଠାରୁ ଆଜକୁ ଏକ ବର୍ଷ ହେଲାଣି ସିକିଲ୍‌ସେଲ୍‌ ସହାୟତା ପାଇନାହାନ୍ତି । ତାଙ୍କ ମା’ ବାପା କେହି ନାହାନ୍ତି । ସେ ଏକାକୀ ବହୁତ କଷ୍ଟରେ ଜୀବନ ଯାପନ କରୁଛନ୍ତି । ପ୍ରକାଶ ଥାଉକି ସେ ଜମଲା ପିଏଚସିରୁ ଟଙ୍କା ପାଉଥିଲେ । । କେଉଁ କାରଣରୁ ଟଙ୍କା ବନ୍ଦ ହୋଇଛି, ତାହା ଜାଣିବା ପାଇଁ ପଦ୍ମପୁର ବିଡିଓ, ପଦ୍ମପୁର ଉପ ଜିଲ୍ଲାପାଳ ଓ ଡାକ୍ତରଙ୍କ ପାଖକୁ ଗଲେ, ତାର ଉତ୍ତର ମିଳୁ ନାହିଁ । ପ୍ରଶାସନ ତାଙ୍କୁ ସହୃଦୟ ହୋଇ ସହାୟତା ରାଶି ପ୍ରଦାନ କଲେ ଚିକିତ୍ସା କରି ପାରନ୍ତେ । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି ।

Leave A Reply

Your email address will not be published.