ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ପୁରୁଣାବନ୍ଧ ଗ୍ରାମଠାରେ ବନ ବିଭାଗ ଓ ଦକ୍ଷିଣ ଫାଉଣ୍ଡେସନ ପକ୍ଷରୁ ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏସ୍ସିଏଫ୍ ଦିବ୍ୟ ଶଙ୍କର ବେହେରା ଯୋଗଦେଇ ଉକ୍ତ ଶିବିରର ଶୁଭ ଉଦ୍ଘାଟନ କରିଥିଲେ । ରାଷ୍ଟ୍ରୀୟ ବାଲ ବିକାଶ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଆୟୁଷ ଡାକ୍ତର ରବିନ୍ଦ୍ର ସେଠି ଓ ଡ.ମନୋଜ କୁମାର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ଥାନୀୟ ଅଂଚଳର ବିଭିନ୍ନ ଗ୍ରାମର ୧୨୦ ଜଣ ରୋଗୀ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଦକ୍ଷିଣ ଫାଉଣ୍ଡେସନ ଅଧିକାରୀ ଡ଼ଃ. ଭାବନା, କୋଡିନେଟର ସ୍ୱପ୍ନିଲ ଫୁଲ, ଫରେଷ୍ଟର ତପନ କୁମାର ନନ୍ଦ , ଗ୍ରାମ୍ୟ ସଭାପତି ମାଗତା ବେହେରା ଉପ ସଭାପତି ସୁରେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି ସ୍ୱାସ୍ଥ୍ୟସେବା ଶିବିରର ସୁପରିଚାଳନା କରିଥିଲେ । ରକ୍ତଚାପ, ମଧୁମେହ ଓ ମେଡ଼ିସିନ ଉପରେ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ପ୍ରଦାନ କରାଯାଇଥିଲା ।