ଭାରତ ସରକାରଙ୍କ ଆୟୁଷ୍ମାନ ମେଗା ସ୍ୱାସ୍ଥ୍ୟ ମେଳା

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ବୋଲଗଡ଼ ବ୍ଲକ ପିଚୁକୁଳି ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ଏକ ମେଗା ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ମେଗାସ୍ୱାସ୍ଥ୍ୟ ମେଳାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଭାରତ ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାରେ ଗରିବ ଜନସାଧାରଣଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ନେଇ ଏହି ମେଳା ହୋଇଛି । ବିଶେଷଜ୍ଞ ଡାକ୍ତର ମାନେ ରୋଗ ନିରୂପଣ ଓ ଚିକିତ୍ସା ନିଦାନ କରିବେ । ଏହି ମେଳାରେ ନାସା, ଗଳା, କର୍ଣ୍ଣ, ଚକ୍ଷୁ ଚର୍ମ ଓ ଅସ୍ଥିରୋଗ ବିଶେଷଜ୍ଞମାନେ ଯୋଗ ଦେଇଥିଲେ । ବହୁ ସଂଖ୍ୟାରେ ଲୋକେ ଯୋଗ ଦେଇଥିଲେ ।

Leave A Reply

Your email address will not be published.