୭୬ତମ ସ୍ୱାଧୀନତା ଦିବସ ପାଳନ କଲା ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ୭୬ତମ ସ୍ୱାଧୀନତା ଦିବସ ସ୍ଥାନୀୟ ସାମ୍ବାଦିକ ଭବନଠାରେ ପାଳିତ ହୋଇଯାଇଛି । ସଂଘର ଉପସଭାପତି ଆନନ୍ଦ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଗୋପବନ୍ଧୁ ଶତପଥୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏଥିରେ ସାଧାରଣ ସମ୍ପାଦକ ବଳରାମ ମିଶ୍ର, ସାଂଗଠାନିକ ସମ୍ପାଦକ ଶରତ ଚନ୍ଦ୍ର ମିଶ୍ର, ସମ୍ପାଦକ ରଂଜିତ ବେହେରା, ବରିଷ୍ଠ ସଦସ୍ୟ ନବୀନ ପଶାୟତ, ଶରତ ମହାକୁର, ଦୀପକ ପୁରୋହିତ, ବୀରେନ୍ଦ୍ର ଝାଙ୍କରଙ୍କ ସମେତ ଗୁପ୍ତେଶ୍ୱର ପୃଷ୍ଟି ଓ ବୀରେନ୍ଦ୍ର ନାଗ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.