csstore

ଘରୋଇ ବସ ମାଲିକ ସଂଘର ସ୍ୱାଧୀନତା ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲା ଘରୋଇ ବସ ମାଲିକ ସଂଘ ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସକୁ ମହା ସମାରୋହରେ ସ୍ଥାନୀୟ ଘରୋଇ ବସଷ୍ଟାଣ୍ଡ ପରିସରରେ ପାଳିତ ହୋଇଛି । କରୋନା ସମୟରେ ବସ୍‌ ଗୁଡିକର ଚଳାଚଳ ସାଧାରଣ ହେଉନଥିବା ବେଳେ ମଧ୍ୟ ସ୍ୱାଧୀନତା ଦିବସକୁ ଆଖି ଆଗରେ ପାଳନ କରାଯାଇଥିଲା । ସଂଘର ସଭାପତି ହେମନ୍ତ କୁମାର ପଣ୍ଡା ପତାକା ଉତ୍ତୋଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ପାଦକ ପ୍ରଶାନ୍ତ ଶତପଥୀ, କୋଷାଧ୍ୟକ୍ଷ ଶିବ ପଟେଲ, ଦୁର୍ଗାଚରଣ ବେହେରା, ରିଙ୍କୁ ଭୋଇ, ଭବାନୀ ପଟେଲ, ମୁନା ପଣ୍ଡା, ହିମାଂଶୁ ନାୟକ, ମାନସ ରଂଜନ ନାୟକ, ସଂଜୀବ ପଣ୍ଡା, ଚନ୍ଦ୍ରମଣୀ ତ୍ରିପାଠୀ, ସୁମନ୍ତ ଭୋଇ, ଡମ୍ବରୁ ଆଚାର୍ଯ୍ୟଙ୍କ ସମେତ ବହୁ ମାଳିକ ଓ କର୍ମଚାରୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.