ls

୧୦ଜିଲ୍ଲାର ଜିଲ୍ଲାପାଳଙ୍କ ସହ ବନ୍ୟାସ୍ଥିତି ଆଲୋଚନା କଲେ ଶାସନ ସଚିବ ଅସିତ ତ୍ରିପାଠୀ

2020

ବୌଦ୍ଧ,(ବଂଶୀଧର ମାଝୀ): ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ପାଇଁ କେତେକ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି । ଏହାସହ ଆସନ୍ତା ୧୯ରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି । ଅନ୍ୟପଟେ ବୌଦ୍ଧ ଜିଲ୍ଲା ସମେତ ବଲାଙ୍ଗିର, ସୋନପୁର, ବରଗଡ, ଦେବଗଡ, ମାଲକାନଗିରି, ଯାଜପୁର, ଢ଼େଙ୍କାନାଳ, ଭଦ୍ରକ ଓ କେନ୍ଦ୍ରାପଡ଼ା ଆଦି ୧୦ଟି ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ସହିତ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବନ୍ୟା ସ୍ଥିତି ସମୀକ୍ଷା କରିିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଏହି ସବୁ ଜିଲ୍ଲାରେ ଅଧିକ ବର୍ଷା ହୋଇଛି ଫଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି ବୋଲି କହିଛନ୍ତି ଶାସନ ସଚିବ ଶ୍ରୀ ତ୍ରିପାଠୀ । ବନ୍ୟା କ୍ଷୟକ୍ଷତି ରିପୋର୍ଟ ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଜଣାଇବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାଯାଇଛି ।

Leave A Reply

Your email address will not be published.