pr

ବ୍ଲକସ୍ତରୀୟ ବ୍ୟାଙ୍କ ଋଣ ସୁଧ ଫେରସ୍ତ କାର୍ଯ୍ୟକ୍ରମରେ ୯୬୨ ଗୋଟି ଏସ୍‌ଏଚ୍‌ଜିଙ୍କୁ ୨୯ ଲକ୍ଷ ୧୪ ହଜାର ୨୬୮ ଟଙ୍କା ସୁଧ ପ୍ରଦାନ

dr. purohit

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ପରିସରଠାରେ ବ୍ଲକସ୍ତରୀୟ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବ୍ୟାଙ୍କ ଋଣ ସୁଧ ଫେରସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭା ସଇଁତଲା ବିଡ଼ିଓ ବିନୟ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ହୋଇଥିବା ବେଳେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଟୁକୁନି ସାହୁ, ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ଜିଲ୍ଲା ପରିଷଦ ସଦସ୍ୟ ପ୍ରମୋଦ ଭୋଇ, ନେହେରୁ ବୁଡ଼େକ, ରିତାରାଣୀ ଥପା, ସରପଞ୍ଚ ସୁବ୍ରତ ନାଗ ପ୍ରମୁଖ ମଞ୍ଚାସୀନ ଥିଲେ । ଏଥିରେ ମହିଳା ଗୋଷ୍ଠୀ ଋଣ ଫେରସ୍ତରେ ମା’ ବୈଷ୍ଣଵୀ ସ୍ୱୟଂ ସହାୟିକା କୁଇକେଡ଼ା, ବିଶ୍ୱ ଜନନୀ କେରମେଲି, ଶ୍ରୀଗୁପ୍ତେଶ୍ୱର ବାବା ସଇଁତଲା, ବିଶ୍ୱ ମା’ ଲକ୍ଷ୍ମୀ ଡୁଙ୍ଗୁରିପାଲି, ଜନନୀ ଏସ୍‌ଏଚ୍‌ଜି ଗଣ୍ଡପତ୍ରାପାଲି, ମା’ ଲକ୍ଷ୍ମୀ ବିବିନା, ଜଗନ୍ନାଥ ଏସ୍‌ଏଚ୍‌ଜି କଅଁସର, ଜୟ ଜଗନ୍ନାଥ ଭଦ୍ରା, ବୁଢ଼ୀ ମା’ ଆମ୍ବପାଲି, ମା’ ଗଜଲକ୍ଷ୍ମୀ ଏସ୍‌ଏଚ୍‌ଜି ଘୁନସର ସମେତ ୯୬୨ ଗୋଟି ଏସ୍‌ଏଚ୍‌ଜି ମଧ୍ୟରୁ ୨୯ ଲକ୍ଷ ୧୪ ହଜାର ୨୬୮ ଟଙ୍କା ବ୍ୟାଙ୍କ ଋଣ ସୁଧ ଫେରସ୍ତ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବିଏଲ୍‌ସି ଦୁଲଣା ବାଗ ଓ ବିପିଏସିଏ ରଞ୍ଜିତ ନାଏକ ପରିଚାଳନା କରିବା ସହ ସହଯୋଗ କରିଥିଲେ । ସେହିପରି ସାମାଜିକ ସୁରକ୍ଷା ଅଧିକାରୀ ଭାନୁପ୍ରତାପ ଭୋଇଙ୍କ ତତ୍ତ୍ୱାବଧାନରେ ସଇଁତଲା ପଞ୍ଚାୟତର ୨୦ ଜଣ ହିତାଧିକାରୀଙ୍କୁ ବର୍ଦ୍ଧିତ ଭର୍ତ୍ତା ଟଙ୍କା ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବିଏଲ୍‌ସି ସୁଧାଂଶୁ ଶେଖର ବଛା ପରିଚାଳନା କରିଥିବା ବେଳେ ସିଡିପିଓ ସବିତା ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏମ୍‌ବିକେ, ସିଆର୍‌ପିସିଏମ୍‌, କୃଷି ମିତ୍ର, ପ୍ରାଣୀ ମିତ୍ର, ବ୍ୟାଙ୍କ ମିତ୍ର, ବିଏଲ୍‌ଏଫ୍‌ ଓ ଜିପିଏଲ୍‌ଏଫ୍‌ ଲିଡରମାନେ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.