oom

ତାରାତାରିଣୀ ମନ୍ଦିରର ପୁନଃ-ପ୍ରତିଷ୍ଠା ଉତ୍ସବ ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶକ୍ତିସ୍ୱରୂପିଣୀ ସ୍ତନପୀଠେ ପୂଜିତା ଆରାଧ୍ୟଦେବୀ ବିଶ୍ୱବନ୍ଦନୀୟା ମା’ ତାରାତାରିଣୀଙ୍କ ପ୍ରାଚୀନ ମନ୍ଦିର ଗଞ୍ଜାମ ଜିଲ୍ଲାର ଆଠଗଡ଼ ସ୍ଥିତ ମଥୁରା କାରିଗରମାନଙ୍କ ଦ୍ୱାରା ନିର୍ମିତ ବୋଲି ଇତିହାସ କହେ । ପୁରୁଣା ଜୀର୍ଣ୍ଣୋଦ୍ଧାର ମନ୍ଦିର ଓ ପ୍ରସାଦକୁ ଭାଙ୍ଗି ନୂତନ ମନ୍ଦିର ନିର୍ମାଣକାର୍ଯ୍ୟ ପ୍ରାୟତଃ ସମ୍ପନ୍ନ ହୋଇଆସିଛି । ପ୍ରାୟତଃ ୫୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ରାଜକୋଷ ବ୍ୟୟରେ ନିର୍ମିତ ଏହି ମନ୍ଦିର ନିର୍ମାଣ ନିମନ୍ତେ ଆଜକୁ ୨୦ବର୍ଷ ଧରି ନିର୍ମାଣ ହୋଇଆସିଛି । ପୂର୍ଣ୍ଣଗିରି ଶିଖର ଶୀର୍ଷରେ ୬୮ ଫୁଟ ଉଚ୍ଚତା ବିଶିଷ୍ଟ ଗର୍ଭଗୃହ, ୫୨ ଫୁଟ ଉଚ୍ଚତା ବିଶିଷ୍ଟ ନାଟ ମଣ୍ଡପ ଓ ୩୬ ଫୁଟ ଉଚ୍ଚତା ବିଶିଷ୍ଟ ଜଗମୋହନ ମନ୍ଦିରର ନିର୍ମାଣ କାର୍ଯ୍ୟ ଶେଷ ହୋଇଥଲେ ମଧ୍ୟ ତାହାର ପ୍ରତିଷ୍ଠା କରାଯାଇନଥିବାରୁ ଦଧିନଉତିରେ ଧ୍ବଜା ଟିଏ ଲାଗିପାରିନାହିଁ । ଫଳରେ ଏହା ଅଞ୍ଚଳ ଓ ସମଗ୍ର ବିଶ୍ବ ଲାଗି ଏକ ଅଶୁଭ ସଙ୍କେତ ବୋଲି ବିଭିନ୍ନ ବ୍ୟକ୍ତି ବିଭିନ୍ନ ଲୋକଙ୍କ ମତ ପ୍ରକାଶ ପାଇଆସିଛି । ଏ ନେଇ ତୁରନ୍ତ ମନ୍ଦିର ପ୍ରତିଷ୍ଠା ନିମନ୍ତେ ତତ୍ପରତା ଦେଖାଦେଲା । ଏହାକୁ ନେଇ ସେବାୟତ ମାନେ ଜିଲ୍ଲାପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ତୁରନ୍ତ ନବନିର୍ମିତ ମନ୍ଦିରର ପୁନଃପ୍ରତିଷ୍ଠା ଲାଗି ହୃଦୟଙ୍ଗମ କରି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ମନ୍ଦିରର ସମସ୍ତ ଆନୁଷଙ୍ଗିକ ଉନ୍ନୟନ ମୂଳକକାର୍ଯ୍ୟ ଏବଂ ସୌନ୍ଦର୍ଯ୍ୟିକରଣ କାର୍ଯ୍ରସାରିବାକୁ ପ୍ରଶାସନ କହିଛି । ଚଳିତ ମଇ ମାସ ୧୫ତାରିଖରୁ ୨୦ ତାରିଖରେ ମନ୍ଦିର ପ୍ରତିଷ୍ଠାଉତ୍ସବ ଅନୁଷ୍ଠିତ ହେଉଅଛି । ଏଥିପାଇଁ ବିଧିବଦ୍ଧ କାର୍ୟ୍ୟ ଓ ସଂସ୍କାର କରାଯାଇ ପ୍ରତିଷ୍ଠାଉତ୍ସବ ନିମନ୍ତେ ବିଧିକ୍ରମେ ଶନିବାର ଶୁଭଖୁଣ୍ଟି ସ୍ଥାପନା ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ସେବାୟତ ସଂଘ ସଭାପତି ତପନ କୁମାର ରଣା, ବାପୁଜୀ ରଣା, ପୁରୁଷୋତ୍ତମପୁର ତହସିଲଦାର ନୀତିଶ କୁମାର ତ୍ରିପାଠୀ, ବିଡିଓ ବିଜୟ କୁମାର ବେହେରା, ମନ୍ଦିର ନିର୍ବାହୀ ଅଧିକାରୀ ଟି.କେ. ରେଡିଙ୍କ ସହ ସମସ୍ତ ସେବାୟତଙ୍କ ଉପସ୍ଥିତିରେ ମନ୍ଦିରର ମୁଖ୍ୟପୁରୋହିତ ପଣ୍ଡିତ ସୀମାଞ୍ଚଳ ଦାଶଶର୍ମା ମା’ଙ୍କ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ଶୁଭ ଖୁଣ୍ଟିକୁ ସ୍ଥାପନା କରିଥିଲେ । ଏହି ଶୁଭଖୁଣ୍ଟି ସ୍ଥାପନା ସାମାରୋହକୁ ଲକ୍ଷ୍ୟକରି ଦୀର୍ଘବର୍ଷ ପରେ ମନ୍ଦିରର ପ୍ରତିଷ୍ଠାଉତ୍ସବ ହେଉଥିବା ନେଇ ପୁରୁଷୋତ୍ତମପୁର ଅଞ୍ଚଳ ସହ ଗଞ୍ଜାମ ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ଦେଖାଦେଇଛି ।

jittmm
Leave A Reply

Your email address will not be published.