ସମ୍ବଲପୁରରେ କରୋନା ସ୍ଥିତି ଅସମ୍ଭାଳ

ସମ୍ବଲପୁର (ଦାମୋଦର ପଣ୍ଡା) : ସମ୍ବଲପୁର ସହରରେ ପୁଣି ମା’ ଓ ପୁଅଙ୍କ କରୋନାରେ ମୃତ୍ୟୁ ଘଟିଛି ଏବଂ ଝିଅ କୋଭିଡ୍ ହସ୍ପିଟାଲ ଆଇସିୟୁରେ ଚିକିତ୍ସିତ ହେଉଛି । ପୁର୍ବରୁ ଜଣେ ଡାକ୍ତର ଓ ତାଙ୍କ ମା’ଙ୍କ ମୃତ୍ୟୁ ହୋଇଥିଲା। ଗତ ବୁଧବାର ମୋଟ ୧୦୭ ଆକ୍ରାନ୍ତଙ୍କ ମଧ୍ୟରେ କେବଳ ଭୀମସାର୍ ର ୨୫ ଜଣ ଅଛନ୍ତି । ବିପଦଜନକ ଯେ ସମ୍ବଲପୁର ସର୍କଲ ଜେଲର ୧୭ ଜଣ କଏଦୀଙ୍କର ପଜିଟିଭ୍‌ ଚିହ୍ନଟ ହୋଇଛି, ମୋଟ ୩୬ ଜଣ ଆକ୍ରାନ୍ତ ଙ୍କ ମଧ୍ୟରୁ ୧୧ ଜଣ କର୍ମଚାରୀ ଅନ୍ତର୍ଭୁକ୍ତ । ଜିଲ୍ଲାରେ ୧୬୦ ରୁ ଅଧିକ କାରୋନା ଯୋଦ୍ଧା ସଂକ୍ରମିତ । ସହର, ଗ୍ରାମାଞ୍ଚଳ ହାଟମାନଙ୍କରେ ସାମାଜିକ ଦୁରତ୍ୱକୁ ଗୁରୁତ୍ଵ ଦିଆଯାଉ ନାହିଁ, ଯଦିଓ ମାସ୍କ ବ୍ୟବହାର କରୁଛନ୍ତି ।

Leave A Reply

Your email address will not be published.