ଦେଶରେ ଦୈନିକ ନମୁନା ପରୀକ୍ଷା ହାରାହାରି ୮ ଲକ୍ଷ

• ବର୍ତ୍ତମାନ ନିୟୁତ ପିଛା ପରୀକ୍ଷଣ ସଂଖ୍ୟା ୨୭,୦୦୦ରୁ ଅଧିକ
ନୂଆଦିଲ୍ଲୀ, (ପିଆଇବି) : ସମୟୋଚିତ ତଥା ବ୍ୟାପକ ପରୀକ୍ଷଣ ମାଧ୍ୟମରେ ଏହି ମହାମାରୀ ବିରୁଦ୍ଧରେ ଲଢିବା ପାଇଁ ଭାରତର ରଣନୀତି ଯଥେଷ୍ଟ ସଫଳ ହୋଇଛି । କେନ୍ଦ୍ରର ନେତୃତ୍ୱାଧୀନ ନୀତି ‘ପରୀକ୍ଷା-ଚିହ୍ନଟ-ଚିକିତ୍ସା’ ଅନୁସରଣ କରି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ମିଳିତ ପ୍ରୟାସରେ ଭାରତ ଦିନକୁ ୧୦ ଲକ୍ଷ ପରୀକ୍ଷଣକୁ ଛୁଇଁବାରେ ସମର୍ଥ ହୋଇଛି ।
ଗତ ୭ ଦିନର ହାରାହାରି ପରିକ୍ଷଣରୁ ଉଭୟ କେନ୍ଦ୍ର ଓ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ରଣନୀତି ବେଶ ସଫଳ ପ୍ରମାଣିତ ହୋଇଛି । ଆଜିସୁଦ୍ଧା ହୋଇଥିବା ମୋଟ ପରୀକ୍ଷଣ ୩,୭୬,୫୧,୫୧୨ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୮,୨୩,୯୯୨ ପରୀକ୍ଷା କରାଯାଇଥିଲା । ସଅଳ ଚିହ୍ନଟ ଯୋଗୁଁ ଏହି ସଂଖ୍ୟକ ପରୀକ୍ଷା ସମ୍ଭବ ହୋଇପାରିଛି । ଶୀଘ୍ର ରୋଗ ନିରୂପଣ ଯୋଗୁଁ ସଂକ୍ରମିତ ରୋଗୀଙ୍କୁ ଯଥାସମ୍ଭବ ହସ୍ପିଟାଲରେ ଭର୍ତ୍ତି କରାଯାଇପାରୁଛି । ଏହାଫଳରେ ମୃତ୍ୟୁହାର ମଧ୍ୟ ହ୍ରାସ ପାଇଛି ।
ରୋଗନିରୂପଣକାରୀ ପରୀକ୍ଷାଗାରର ବୃଦ୍ଧି ଯୋଗୁଁ ବ୍ୟାପକ ପରୀକ୍ଷା ସମ୍ଭବ ହୋଇପାରିଛି । ସେଦୃଷ୍ଟିରୁ ସଫଳତାର ଫଳ ସ୍ୱରୂପ ଏକ ନିୟୁତ ଜନସଂଖ୍ୟାରେ ନମୁନା ପରୀକ୍ଷଣ ୨୭,୨୮୪କୁ ବୃଦ୍ଧି ପାଇଛି । ଏହି ଧାରା ଅବ୍ୟାହତ ରହିଛି ।
ପରୀକ୍ଷାଗାରଗୁଡିକର ସଂପ୍ରସାରଣ ଯୋଗୁଁ ଦେଶରେ ପରୀକ୍ଷା ସୁବିଧା ଅଧିକ ସହଜ ହୋଇଛି । ୯୯୨ଟି ସରକାରୀ ଓ ୫୪୮ଟି ଘରୋଇ ପରୀକ୍ଷାଗାର ସମେତ ମୋଟ ୧୫୪୦ଟି ପରୀକ୍ଷାଗାରରେ ଏହି ନମୁନା ପରୀକ୍ଷା କରାଯାଉଛି ।

Leave A Reply

Your email address will not be published.