ସୁସ୍ଥ ଓ ସକ୍ରିୟ ରୋଗୀଙ୍କ ମଧ୍ୟରେ ପାର୍ଥକ୍ୟ ହାର ବୃଦ୍ଧି

• ସକ୍ରିୟ ରୋଗୀଙ୍କ ଠାରୁ ସୁସ୍ଥ ରୋଗୀ ୩.୫୦ ଗୁଣ ଅଧିକ
ନୂଆଦିଲ୍ଲୀ, (ପିଆଇବି) : ଦେଶରେ ସକ୍ରିୟ ରୋଗୀଙ୍କ ଠାରୁ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩.୫ ଗୁଣ ବୃଦ୍ଧି ପାଇଛି ।
ଗତ କିଛି ଦିନ ଧରି ପ୍ରତ୍ୟେକ ଦିନ ୬୦ ହଜାରରୁ ଅଧିକ ରୋଗୀ ସୁସ୍ଥ ହେବାରେ ଲାଗିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୬୩,୧୭୩ ଜଣ ରୋଗୀ ସୁସ୍ଥ ହେବା ସହ ମୋଟ ଆରୋଗ୍ୟ ସଂଖ୍ୟା ୨୪,୭୬,୭୫୮କୁ ବୃଦ୍ଧି ପାଇଛି । ସେ ଦୃଷ୍ଟିରୁ ଦେଖିଲେ ସକ୍ରିୟ ରୋଗୀଙ୍କ ତୁଳନାରେ ଆରୋଗ୍ୟ ରୋଗୀଙ୍କ ସଂଖ୍ୟା ଅଧିକରୁ ଅଧିକ ହେବାରେ ଲାଗିଛି ।
ବର୍ତ୍ତମାନ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭,୦୭,୨୬୭ ଥିବା ବେଳେ ଏହାଠାରୁ ୧୭,୬୦,୪୮୯ ସଂଖ୍ୟକ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି । ଏଥିସହ ଦେଶରେ ଆଜି ଆରୋଗ୍ୟ ହାର ଶତକଡା ୭୬ (୭୬.୩୦%) ଅତିକ୍ରମ କରିଛି ।
ରେକର୍ଡ ସଂଖ୍ୟକ ସୁସ୍ଥ ମାମଲା ଯୋଗୁଁ ଦେଶରେ ପ୍ରକୃତ ସକ୍ରିୟ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି । ଏହା ମୋଟ ସଂକ୍ରମିତ ରୋଗୀଙ୍କ ତୁଳନାରେ ଶତକଡା ୨୧.୮୭ରେ ରହିଛି ।
କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ସମନ୍ଵିତ ପଦକ୍ଷେପ ତଥା ବ୍ୟାପକ ପରୀକ୍ଷଣ ଓ ହସ୍ପିଟାଲ ପରିଚାଳନା ଯୋଗୁଁ ମୃତ୍ୟୁହାର ମଧ୍ୟ ହ୍ରାସ ପାଇଛି । ନିୟମିତ ଭାବରେ ହ୍ରାସ ପାଉଥିବା ଏହି ହାର ଆଜି ୧.୮୪ ପ୍ରତିଶତରେ ରହିଛି ।

Leave A Reply

Your email address will not be published.