oom

ସିରଜିନା ଉତ୍ସବର ପ୍ରସ୍ତୁତି ବୈଠକ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ସିରଜିନା କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସଭାପତି‌ତ୍ୱ କରିଥିଲେ ରାଜୁ ଘିବେଲା । ରାଜୁ ଘିବେଲା ବୁଡସମ୍ବର ଅଞ୍ଚଳର ଐତିହ୍ୟ ପରମ୍ପରାକୁ ଆଖି ଆଗରେ ରଖି ଲୁଚି ରହିଥିବା ପ୍ରତିଭାକୁ କିପରି ସିରଜିନା ଉତ୍ସବରେ ଲୋକ ଲୋଚନକୁ ଅଣା ଯାଇପାରିବ ସେ ଉପରେ ନିଜର ବ‌କ୍ତବ୍ୟ ପ୍ରଦାନ କରିଥିଲେ । ଆସନ୍ତା ମେ ୨ ତାରିଖକୁ ସିରଜିନା ଉତ୍ସବ କରିବା ପାଇଁ ଧାର୍ଯ୍ୟ କରାଯାଇଥିବା ବେଳେ ଏହି ବର୍ଷ ଉତ୍ସବରେ ୨୦ ଜଣଙ୍କୁ ସମ୍ମାନିତ କରିବା ବିଷୟ ଆଲୋଚନା ହୋଇଥିଲା ଏବଂ ଏହି ୨୦ ଜଣଙ୍କୁ ପଦ୍ମପୁର ବିଶିଷ୍ଟ କଳାକାର, କବି ଓ ଶିକ୍ଷକଙ୍କ ନାମରେ ନାମିତ କରିବାକୁ ପ୍ରସ୍ତାବ ନିଆଗଲା ।

ଏହି ବର୍ଷ ବୀର ସୁରେନ୍ଦ୍ର ସାଏ ସମ୍ମାନରେ ସମ୍ମାନିତ ହେବେ ବି‌ଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର କଂସ ମହାରାଜ ଭୁବନେ‌ଶ୍ୱର ପ୍ରଧାନ, ସିରଜିନା ସାହିତ୍ୟ ଓ ସାଂସ୍କୃତିକ ସମ୍ମାନ ପାଇବେ କେଶ ରଞ୍ଜନ ପ୍ରଧାନ, ସିରଜିନା ସେବା ସମ୍ମାନ ପାଇବେ ବରଗଡର ମୁକୁନ୍ଦ ଦାଶ, କଳାକାର ସଦାନନ୍ଦ ପୁରୋହିତ, ଚୂଡ଼ାମଣି ସାହୁ, ବାବୁଲୁ ଖାନ, ରାମଚନ୍ଦ୍ର ତ୍ରିପାଠୀ, ଅନ୍ନଦା ସରାଫ, ଶିକ୍ଷା ସମ୍ମାନ ପାଇବେ ଅନ୍ତର୍ଯ୍ୟମୀ ସରାଫ, ସନ୍ତୋଷ ମହାନ୍ତି, ମହମ୍ମଦ ଫେଜଲ, ସାଂସଦ ସାହୁ, ଅଜିତ ଶର୍ମା, ସୁଶିଲା ନାୟର ଓ ମମତା ଦୀପଙ୍କୁ ମଧ୍ୟ ସିରଜିନା ଅଭିନୟ ସମ୍ମାନରେ ସମ୍ମାନିତ କରାଯିବ । ଶେଷରେ ସଭାପତିଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଯାଇଥିଲା ।

jittmm
Leave A Reply

Your email address will not be published.