centurian jitm

ପାଟଣାଗଡ଼ ତାଳୁକ ଆଇନ ସେବା ସହାୟତା ସମିତି ପକ୍ଷରୁ ସଚେତନତା ଶିବିର

nschool

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ତାଳୁକ ଆଇନ ସହାୟତା ସମିତି ପକ୍ଷରୁ ବାଲ ଅପରାଧ ଆଇନ(ଜୁଭେନାଲ ଧାରା) ଏବଂ ମହିଳା ସୁରକ୍ଷା ଆଇନ (ପୋକ୍ସୋ) ଧାରା ଉପରେ ସ୍ଥାନୀୟ ଅଦାଲତ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଆଇନ ସଚେତନତା କର୍ମଶାଳାରେ ମାନ୍ୟବର ଅତିରିକ୍ତ ଜିଲ୍ଲା ଜଜ୍ ଶ୍ଵେତା ମିଶ୍ର ଅଧ୍ୟକ୍ଷତା କରିଥିଲେ । ଏହି କର୍ମଶାଳାକୁ ପରିଚାଳନା କରିଥିଲେ ଆଇନଜୀବୀ ଭକ୍ତ ରାମ ବାଗ।

ଅନ୍ୟମାନଙ୍କ ମଧ୍ୟରେ ଆଶୀଷ କୁମାର ଚନ୍ଦନ, ଶ୍ରୀମତ ପାଣିଗ୍ରାହୀ, ପାଟଣାଗଡ଼ ଏସ୍‌ଡ଼ିପିଓ ଜୋତିର୍ମୟୀ ଭୁକ୍ତା, ଶ୍ରୀମତୀ ସାରଦା ଗୋଏଲ ଓ ଏସ୍‌ଡ଼ିଜେଏମ୍‌ ଏଲ ପ୍ରକାଶ ଯୋଗଦେଇ ସମାଜର ପରିବର୍ତ୍ତିତ ସ୍ଥିତିରେ ବାଲ ଅପରାଧ ତଥା ମହିଳା ସୁରକ୍ଷା ବିଷୟରେ ଆଲୋଚନା କରିଥିଲେ । ସଭା ଶେଷରେ ମାନ୍ୟବର ଅତିରିକ୍ତ ଜିଲ୍ଲା ଜଜ୍‌ ଶ୍ଵେତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସଭାରେ ସ୍ଥାନୀୟ ଜନସାଧାରଣ ଓ ଓକିଲ ଏନ୍‌ଜିଓର ସଦସ୍ୟମାନେ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.