oom

ଗନ୍ଧମାର୍ଦ୍ଦନ ଆନ୍ଦୋଳନର ତିନି ସତ୍ୟାଗ୍ରହୀଙ୍କ ଦେହାନ୍ତ : ଗନ୍ଧମାର୍ଦ୍ଦନ ଯୁବ ପରିଷଦ ଦ୍ୱାରା ଶ୍ରଦ୍ଧାଞ୍ଜଳି

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ୧୯୮୦ ଦଶକରେ ଗନ୍ଧମାର୍ଦ୍ଦନ ପର୍ବତରେ ବାଳକୋର ବକ୍ସାଇଟ ଖଣି ପ୍ରକଳ୍ପ ବିରୋଧରେ ଚାଳିଥିବା ଐତିହାସିକ “ବାଲକୋ ହଟାଓ ଗନ୍ଧମାର୍ଦ୍ଦନ ବଞ୍ଚାଓ” ଆନ୍ଦୋଳନରେ ସତ୍ୟାଗ୍ରହୀ ଥିବା ୩ ଜଣ ଆନ୍ଦୋଳନକାରୀଙ୍କ ଇତି ମଧ୍ୟରେ ଦେହାନ୍ତ ହୋଇଯାଇଛି । ପାଇକମାଲ ଥାନା ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମର ୭୫ ବର୍ଷ ବୟସ୍କ ଇଶ୍ଵର ବିଜିରା, କପିଲାସପୁର ଗ୍ରାମର ୭୫ ବର୍ଷ ବୟସ୍କା ଗାୟତ୍ରୀ ଛତର, ବରପାଲି ଗ୍ରାମର ୭୮ ବର୍ଷ ବୟସ୍କା ରମ୍ଭା ଭୋଇଙ୍କ ୩ ଦିନ ଭିତରେ ଦେହାନ୍ତ ହୋଇଯାଇଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ବାଲକୋର ଗାଡି ମୋଟର ଗୁଡିକ ଗନ୍ଧମାର୍ଦ୍ଦନ ପାହାଡ ଉପରକୁ ଚଡୁଥିବା ସମୟରେ ପାହାଡ ତଳେ ସତ୍ୟାଗ୍ରହ ଆନ୍ଦୋଳନ ଜରିଆରେ ଯାନ ବାହାନ ଗୁଡିକୁ ଅବରୋଧ କରାଯାଉଥିଲା । ଜମ୍ବୋବତୀ ବିଜିରା ଓ ତାଙ୍କ ସ୍ବାମୀ ଇଶ୍ଵର ବିଜିରା, ସ୍ୱର୍ଗିୟା ଗାୟତ୍ରୀ ଛତ୍ତର, ସ୍ୱର୍ଗିୟା ରମ୍ଭା ଭୋଇ ଏହି ସତ୍ୟାଗ୍ରହ ଆନ୍ଦୋଳନରେ ସେ ସମୟରେ ସାମିଲ ଥିଲେ । ଏକଦା ୧୯୮୭ ମସିହାରେ ବାଲକାର ୬ଟି ବକ୍ସାଇଟ ଟ୍ରକକୁ ପାଇକମାଲ ବ୍ଲକ ଅନ୍ତର୍ଗତ ମିଠାପାଲି ରାଜ ରାସ୍ତାରେ ଅବରୋଧ କରାଯାଇ ସତ୍ୟାଗ୍ରହ ଆନ୍ଦୋଳନ ଚାଲୁଥିବା ବେଳେ ଗାଡି ଗୁଡିକ ବଳ ପ୍ରୟୋଗ କରି ଯୋର ଜବରଦସ୍ତ ସେଠାରୁ ଛଡାଇ ନେବା ପାଇଁ ପୋଲିସ ଉଦ୍ୟମ କରୁଥିବା ବେଳେ ଏହାର ପ୍ରତିବାଦ କରି ଶ୍ରୀମତୀ ଜମ୍ବୋବତୀ ବିଜିରା ନିଜର ୨ଟି ଛୋଟ ଛୁଆ ନିରୁପମା ୨ ବର୍ଷ ଓ ସରୋଜ ୧ ବର୍ଷକୁ କୋଳରେ ଧରି ବାଳକୋର ଟ୍ରକ ଚକା ତଳେ ଶୋଇ ପଡିଥିଲେ । ଯାହା ଫଳରେ ପୋଲିସ ବାହିନୀ ପଛଘୁଞ୍ଚା ଦେଇଥିଲେ । ଗନ୍ଧମାର୍ଦ୍ଦନ ଆନ୍ଦୋଳନ ସମୟରେ ଏ ଘଟଣା ଯୋଗୁଁ ଶ୍ରୀମତୀ ଜମ୍ବୋବତୀ ବିଜିରା ସାରା ରାଜ୍ୟରେ ଚର୍ଚ୍ଚାରେ ଆସିଥିଲେ । ଏହି ତିନିଜଣ ସତ୍ୟାଗ୍ରହୀ ପ୍ରତି ଗନ୍ଧମାର୍ଦ୍ଦନ ଆନ୍ଦୋଳନ ନେତା ତଥା ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ଆବାହକ ଦୁର୍ଯ୍ୟୋଧନ ପୁଟା, ଧିରେନ ମହାନ୍ତି, ଭୀଷ୍ମଦେବ ପଟେଲ, ରଘୁବୀର ସିଂ ବରିହା, ରାହାସ ବିହାରୀ ସାହୁ, ଦୀଲିପ ବେହେରା ପ୍ରମୁଖ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

jittmm
Leave A Reply

Your email address will not be published.