ଶାନ୍ତିପଡ଼ାରେ ନବଦୁର୍ଗା ପୂଜା ପାଇଁ ପ୍ରସ୍ତୁତ ହେଉଛି ମା’ଙ୍କ ମୂର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ବର୍ଷ କରୋନା ମହାମାରୀ ସଂକ୍ରମଣ ଯୋଗୁଁ କେବଳ ନୀତିକାନ୍ତି ରକ୍ଷା ପାଇଁ ହେବ ଦୁର୍ଗାପୂଜା । ତଥାପି ସ୍ଥାନୀୟ ଶାନ୍ତିପଡ଼ାରେ ନବଦୁର୍ଗା ପୂଜା ପାଇଁ ଜୋର୍‌ସୋର୍‌ ପ୍ରସ୍ତୁତି ଆରମ୍ଭ ହୋଇଛି । ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ କାମ ବି ଶେଷ ପାହାଚରେ ପହଂଚିଛି । ସୂଚନା ଅନୁସାରେ ଚଳିତ ବର୍ଷ ଶାନ୍ତିପଡ଼ାରେ ୩୯ତମ ପୂଜନୋତ୍ସବ ପାଳନ ହେବ । ଚଳିତ ବର୍ଷ ପୂଜା କମିଟିରେ ସଭାପତି ଭାବେ ପାର୍ଥ କୁମାର କର୍ଣ୍ଣ, ସଂପାଦକ ଭାବେ ଦେବରାଜ ନାଗ, କୋଷାଧ୍ୟକ୍ଷ ଭାବେ ନାରାୟଣ ମହାକୁର ଦାୟିତ୍ୱ ଗ୍ରହଣ କରିଛନ୍ତି । ତେବେ କୋଭିଡ୍‌-୧୯ ଆଇନ ପାଳନ ପୂର୍ବକ ଦୁର୍ଗାପୂଜା କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.