pr

ସ୍ୱେଚ୍ଛାସେବୀ ସଂଗଠନ ବଦାନ୍ୟ ବନ୍ଧୁ ତରଫରୁ ଗୁରୁକୁଳ ସପ୍ତର୍ଷି ସେବାଶ୍ରମକୁ ସହାୟତା

dr. purohit

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ବଦାନ୍ୟ ବନ୍ଧୁ ତାର ସପ୍ତମ ବର୍ଷ ପୁର୍ତ୍ତି ଅବସରରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନେକ ଗୁଡ଼ିଏ ଜନହିତକର କାର୍ୟ୍ୟକ୍ରମ ହାତକୁ ନେଇଛି । ଏହି କ୍ରମରେ ଆଜି ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ ଅନ୍ତର୍ଗତ ଧୁମାଭଟା ନିକଟରେ ଥିବା ଗୁରୁକୁଳ ସପ୍ତର୍ଷି ସେବାଶ୍ରମର ଅନ୍ତେବାସୀମାନଙ୍କ ପାଇଁ ଅନେକ ଗୁଡ଼ିଏ ଅତ୍ୟାବଶ୍ୟକୀୟ ସାମଗ୍ରୀ ପ୍ରଦାନ କରାଯାଇଛି ।

ଏହି ଆଶ୍ରମରେ ସମୁଦାୟ ୪୫ ଜଣ ଅନ୍ତେବାସୀ ଥିବା ବେଳେ ଚଳିତ ବର୍ଷ ୧୦ଜଣ ପିଲା ଦଶମ ଶ୍ରେଣୀ ପାଠ ପଢ଼ୁଛନ୍ତି । ଏହି ଦଶ ଜଣ ପିଲାଙ୍କ ପଢ଼ିବା ପାଇଁ ଟେଷ୍ଟ ପେପର ପ୍ରଦାନ କରାଯିବା ସହିତ ଅନ୍ୟ ସମସ୍ତ ଅନ୍ତେବାସୀମାନଙ୍କ ପାଇଁ ନୂଆଁ ପୋଷାକ, ତେଲ, ସାବୁନ, ସର୍ଫ, ବିସ୍କୁଟ ତଥା ଆଶ୍ରମର ଅନ୍ତେବାସୀ ମାନଙ୍କ ଅମ୍ଳଜାନ ପରୀକ୍ଷା କରିବା ପାଇଁ ଗୋଟିଏ ଅକ୍ସିମିଟର ପ୍ରଦାନ କରାଯାଇଛି । ଏହି ଅବସରରେ ସ୍ୱେଚ୍ଛାସେବୀ ସଂଗଠନ ବଦାନ୍ୟ ବନ୍ଧୁର ମୁଖ୍ୟ ସୁବ୍ରତ କୁମାର ବିର୍ତ୍ତିଆଙ୍କ ସହିତ ମୁକେଶ କୁମାର ସାହୁ, ବନମାଳୀ ନାଏକ, ମଦନ ନାଏକ ଉପସ୍ଥିତ ରହିଥିଲେ । ଗୁରୁକୁଳ ସପ୍ତର୍ଷି ସେବାଶ୍ରମର ମୁଖ୍ୟ ଶେଷଦେବ ଶାସ୍ତ୍ରୀ ସ୍ୱେଚ୍ଛାସେବୀ ସଂଗଠନ ବଦାନ୍ୟ ବନ୍ଧୁ ପରିବାରକୁ କୃତଜ୍ଞତା ଜ୍ଞାପନ କରିଥିଲେ ।

nrusinghnath
Leave A Reply

Your email address will not be published.