ସେବା ସପ୍ତାହ ଅବସରରେ ଲୋଇସିଂହା ୩୪ ମଣ୍ଡଳ ବିଜେପି ପକ୍ଷରୁ ସଫେଇ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ସପ୍ତାହକୁ ପାଳନ କରାଯାଉଥିବା ସେବା ସପ୍ତାହର ଉଦଯାପନୀ ଦିବସ ପାଳନ ଅବସରରେ ଲୋଇସିଂହା ୩୪ ମଣ୍ଡଜ୍ଞ ବିଜେପି ପକ୍ଷରୁ ସ୍ୱଚ୍ଛ ଭାରତ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଲୋଇସିଂହା ୩୪ ନମ୍ବର ଜୋନ ମଣ୍ଡଳ ସଭାପତି କିଶୋର ପଟେଲଙ୍କ ନେତୃତ୍ୱରେ ଝାରମୁଣ୍ଡା ମହାଦେବ ମନ୍ଦିର ରାସ୍ତା ସଫେଇ, ରାସ୍ତା ପାଶ୍ୱର୍ରେ ବୃକ୍ଷରୋପଣ ସହ ମନ୍ଦିର ପରିସରକୁ ସଫାସୁତୁରା କରାଯାଇଥିଲା । ଏଥିରେ ବଲାଙ୍ଗିର ସାଂସଦଙ୍କ ଲୋଇସିଂହା ବ୍ଲକ ପ୍ରତିନିଧି ବାଳକୃଷ୍ଣ ଧରୁଆ, ବରିଷ୍ଠ ନେତା ରଘୁନାଥ ସାହୁ, ଅମରଜିତ ପଟେଲ, ସତ୍ୟନାରାୟଣ ସେଠ, ଯୁବରାଜ ପଧାନ, ସାଇଦେବ ପଟେଲ, ନୀଳାଂଚଳ ପାତ୍ର, ପୁରୁଷୋତ୍ତମ ମେହେର, ସଂଜୀବ ସାହୁ, ମୁକେଶ ତ୍ରିପାଠୀ, ତରଣୀ ପଦାନ, ବିଘ୍ନରାଜ ପଧାନ, ମୁରାରି ବରିହା ସମେତ ବହୁ ବିଜେପି କର୍ମକର୍ତ୍ତା ଓ ବହୁ ଯୁବବର୍ଗ ସାମିଲ ଥିଲେ ।

jittmm
Leave A Reply

Your email address will not be published.