ଜାଲରେ ପଡ଼ିଲା ୧ କୁଇଣ୍ଟାଲ ୭୦ କିଲୋ ଓଜନର ସାର୍କ

ଭୋଗରାଇ : ପଶ୍ଚିମବଙ୍ଗ କାନ୍ଥିମହକୁମା ପେଟୁଆଘାଟସ୍ଥିତ ସମୁଦ୍ରରୁ ଏକ ଟ୍ରଲର ଦୁଇଦିନ ତଳେ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ଜାଲରେ ୧ କୁଇଣ୍ଟାଲ ୭୦ କିଲୋ ଓଜନ ଓ ୯ ଫୁଟ ଲମ୍ବ ୪ଫୁଟ ଓସାରର ଏକ ସାର୍କ ମାଛ ଲାଗିଥିବା ଜଣାପଡ଼ିଛି । ସ୍ଥାନୀୟ ମତ୍ସ୍ୟଜୀବୀ ସମବାୟ ସମିତି ନିୟନ୍ତ୍ରିତ ବଜାରରେ ମାଛଟିକୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରିଥିବା ବେଳେ କୋଲକାତାର ଏକ କମ୍ପାନି ଏହି ମାଛକୁ କିଣିଥିବା ସୂଚନା ମିଳିଛି । ଉକ୍ତ ସାର୍କ ମାଛକୁ ସ୍ଥାନୀୟ ମତ୍ସ୍ୟଜୀବୀ ଭିନ୍ନ ପ୍ରଜାତିର ମଗର ମାଛ କହୁଥିବା ବେଳେ କେହି କେହି ଏହାକୁ କଣ୍ଟୁଆ ମେଦା ମାଛ ବୋଲି ମଧ୍ୟ କହିଛନ୍ତି ।

Leave A Reply

Your email address will not be published.