pr

ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ଦ ସଫଳ

dr. purohit

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ୯ ଦଫା ଦାବୀରେ ଓଡ଼ିଶା ମୋଟର ଚାଳକ ସଂଘ ବରଗଡ଼ ଜିଲ୍ଲା କମଟୀ ପକ୍ଷରୁ ଆହୂତ ୧୨ ଘଣ୍ଟିଆ ବରଗଡ ଜିଲ୍ଲା ବନ୍ଦ ସଫଳ ହୋଇଛି । ବନ୍ଦ ଯୋଗୁଁ ଜୀବନଯାତ୍ରା ପ୍ରଭାବିତ ହୋଇଛି । ବରଗଡ଼ ସଦର ମହକୁମାସ୍ଥିତ ଦୋକାନ ବଜାର, ସରକାରୀ ବେସରକାରୀ ଅଫିସ୍, ଅନୁଷ୍ଠାନ ଗୁଡ଼ିକ ବନ୍ଦ ରହିଥିବା ପରିଲକ୍ଷିତ ହୋଇଛି । ସେହିପରି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ମଧ୍ୟ ଏହାର ପ୍ରଭାବ ଦେଖାଦେଇଥିଲା । ଜିଲ୍ଲା ସଦର ମହକୁମାସ୍ଥିତ ଗାନ୍ଧୀଛକଠାରେ ଆନ୍ଦୋଳନକାରୀମାନେ ରାସ୍ତା ଅବରୋଧ କରିଥିଲେ । ସେହିପରି ଅତାବିରା, ବରପାଲି, ଝାରବନ୍ଧ, ରେଙ୍ଗାଲି କେମ୍ପ, ଭେଡେନ, ଭଟଲି, ଅମ୍ବାଭନା ଆଦି ସ୍ଥାନର ଚାଳକ ସଂଘର କର୍ମକର୍ତ୍ତା ମାନଙ୍କ ଅଖ ବନ୍ଦ କରିଥିଲେ । ୯ ଦଫା ଦାବୀ ମଧ୍ୟରେ ଚାଳକ ମାନଙ୍କ ପାଇଁ କଲ୍ୟାଣ ପାଣ୍ଠି ଗଠନ, ଶ୍ରମ ବିଭାଗ ଦ୍ୱାରା ପଞ୍ଜିକରଣ କରିବା, ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସର ଚାଳକଙ୍କୁ ପେନସନ ବ୍ୟବସ୍ଥା କରିବା, ଚାଳକମାନଙ୍କ ପିଲାଛୁଆଙ୍କ ପାଠ ପଢାର ବ୍ୟବସ୍ଥା କରିବା, କରୋନାରେ ପ୍ରାଣ ହରାଇଥିବା ଚାଳକଙ୍କ ପରିବାରଙ୍କୁ ପଚାଶ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦେବା, କରୋନାରେ କାର୍ଯ୍ୟ ହରାଇଥିବା ଚାଳକମାନଙ୍କୁ ୧୦ ହଜାର ଟଙ୍କା ସହାୟତା ରାଶି ଘୋଷଣା, ଚାଳକ ମାନଙ୍କୁ ଭୋଟ ଦେବା ଅଧିକାର ଆଦି ଦାବୀ ରହିଥିବା ଜଣାପଡିଛି । ଏ ସଂପର୍କରେ ବହୁବାର ସରକାରଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପ୍ରତିକାର ନ ହେବାରୁ ଆଜି ସଂଘ ପକ୍ଷରୁ ବନ୍ଦ ପାଳନ କରାଯାଇଥିବା ଆନ୍ଦୋଳନକାରୀମାନେ କହିଥିଲେ ।

nrusinghnath
Leave A Reply

Your email address will not be published.