om academy

ସାପ କାମୁଡ଼ାରେ ଯୁବକ ମୃତ

jsm

ଦାନଗଦୀ : ଯଖପୁରା ଥାନା ନୀଳମଣିଦେଇପୁର ଶାସନଗାଁର ଗୋକୁଳ ସାହୁଙ୍କ ପୁଅ ପ୍ରଦୀପ କୁମାର ସାହୁ(୩୪)ଙ୍କର ସାପ କାମୁଡ଼ାରେ ଜୀବନ ଚାଲିଯାଇଛି । ସେ ଶନିବାର ସକାଳେ ତାଙ୍କ ଭାଇଙ୍କ ସହ ଦାନଗଦୀ ରାସ୍ତାରେ ଯାଉଥିବା ସମୟରେ ଏକ ବିଷଧର ସାପ ତାଙ୍କୁ କାମୁଡ଼ି ଦେଇଥିଲା । ତାଙ୍କୁ ସଙ୍ଗେସଙ୍ଗେ ଦାନଗଦୀ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦାନଗଦୀ ପୁଲିସ ପହଞ୍ଚି ଶବ ବ୍ୟବଚ୍ଛେଦ କରାଇଥିଲା ।

Leave A Reply

Your email address will not be published.