om academy

ଜନ କଲ୍ୟାଣ ସେବା ଟ୍ରଷ୍ଟର ଉପଦେଷ୍ଟା ହେଲେ ସାଂସଦ ପ୍ରଦୀପ ପୁରୋହିତ

jsm

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ଏକ ଅଗ୍ରଣୀ ସେବା ସଂସ୍ଥା ଜନ କଲ୍ୟାଣ ସେବା ଟ୍ରଷ୍ଟର ସେବା କାର୍ଯ୍ୟ ପାଇଁ ସବୁ ସମୟରେ ସହଯୋଗ ତଥା ସେବା କାର୍ଯ୍ୟରେ ନିଜେ ଦୀର୍ଘ ବର୍ଷ ଧରି ରହି ସେବା କରୁଥିବା ସମସ୍ତଙ୍କର ପ୍ରିୟ ତଥା ବରଗଡ଼ ସାଂସଦ ପ୍ରଦୀପ କୁମାର ପୁରୋହିତ ଜନ କଲ୍ୟାଣ ସେବା ଟ୍ରଷ୍ଟର ମୁଖ୍ୟ ଉପଦେଷ୍ଟା କମିଟିର ସଦସ୍ୟ ଭାବେ ଆଜି ମନୋନୀତ ହେଲେ । ତାଙ୍କ ସହିତ କଥାବାର୍ତ୍ତା ହୋଇ ତାଙ୍କୁ ମୁଖ୍ୟ ଉପଦେଷ୍ଟା ଭାବେ ମନୋନୀତ କରାଗଲା ବୋଲି ଜନ କଲ୍ୟାଣ ସେବା ଟ୍ରଷ୍ଟର ପ୍ରତିଷ୍ଠାତା ମୁକୁନ୍ଦ ଦାସ ସୂଚନା ପ୍ରଦାନ କରିଛନ୍ତି । ସାଂସଦଙ୍କୁ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଛା ଜଣାଇଛନ୍ତି । ଶ୍ରୀ ପୁରୋହିତ ଜନ କଲ୍ୟାଣ ସେବା ଟ୍ରଷ୍ଟ ମାଧ୍ୟମରେ ଅନେକ ସେବା କାର୍ଯ୍ୟ କରାଯିବା ସହିତ ସରକାର ବିଭିନ୍ନ ଯୋଜନାକୁ ଗ୍ରାମାଞ୍ଚଳରେ ପହଞ୍ଚାଇବାକୁ ଜନ ସଚେତନା କରାଯିବ ବୋଲି ମଧ୍ୟ ଜଣାଇଛନ୍ତି । ସାଂସଦ ଶ୍ରୀ ପୁରୋହିତ ଜଣେ ତୃଣମୂଳ ସ୍ତରୀୟ ନେତା ହେବା ସହ ସବୁବେଳେ ଜନସାଧାରଣଙ୍କ ସହ ଉତ୍ତମ ବ୍ୟବହାର ତଥା ଲୋକପ୍ରିୟ ନେତା ଭାବେ ଜଣାଶୁଣା, ସେ ୨୦୧୪ ମସିହାରେ ପଦ୍ମପୁର ବିଧାୟକ ଭାବେ ନିର୍ବାଚିତ ହେବା ପରେ ବିଧାନସଭାରେ ଉତ୍ତମ ପ୍ରଦର୍ଶନ ପାଇଁ ଶ୍ରେଷ୍ଠ ବିଧାୟକ ଭାବେ ପୁରସ୍କୃତ ହୋଇଥିଲେ । ବର୍ତ୍ତମାନ ବରଗଡ଼ ସାଂସଦ ରୂପେ ନବନିର୍ବାଚିତ ହେବା ପରେ ସମସ୍ତେ ତାଙ୍କ ଠାରୁ ବିକାଶ ଆଶା କରୁଛନ୍ତି ।

Leave A Reply

Your email address will not be published.