
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଜଣେ ଜଣାଶୁଣା ଅବା ଏକାଧାରରେ ଲେଖକ କବି, ସାମ୍ବାଦିକ ତଥା ପରିବେଶବିତ୍ ପ୍ରକୃତି ମଣିଷ, ଆଇନଜୀବୀ ଏବଂ ସମାଜସେବୀ, ପ୍ରାକୃତିକ ଚିକିତ୍ସା ସହାୟକ କବିରାଜ ବୈଦ୍ୟଶ୍ରୀ ଗଜାନନ ତ୍ରିପାଠୀଙ୍କୁ ସମ୍ମାନ ଜନକ ଡ଼କ୍ଟରେଟ୍ ଉପାଧି ଲାଭ ହୋଇଛି । ଯାହାକି, ଭାରତ ସରକାରଙ୍କ ସହଅନୁବନ୍ଧିତ ବିଶ୍ୱ ସଂସ୍କୃତି ପର୍ଯ୍ୟାବରଣ, ସୁରକ୍ଷା ମନ୍ତ୍ରଣାଳୟ ନୂଆଦିଲ୍ଲୀ ପକ୍ଷରୁ ମାର୍ଚ୍ଚ ୨୦ ତାରିଖ ୨୦୨୪ରେ ତାଙ୍କୁ ସମ୍ମାନଜନକ ଡ଼କ୍ଟରେଟ୍ ଉପାଧି ପ୍ରାପ୍ତ ହୋଇଛି । ନୂଆଦିଲ୍ଲୀ ସ୍ଥିତ ଭାରତୀୟ ସଂସଦୀୟ କ୍ଳବ୍ ପରିସରରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଆଇନଜୀବୀ ତଥା ପରିବେଶବିତ୍ କବିରାଜ ବୈଦ୍ୟଶ୍ରୀ ଗଜାନନ ତ୍ରିପାଠୀଙ୍କୁ ଡ଼କ୍ଟରେଟ୍ ଉପାଧି ପ୍ରଦତ୍ତ ହୋଇଛି । ପ୍ରକୃତିର ସୁରକ୍ଷା ପରିବେଶର ସୁରକ୍ଷା ଜୀବଜଗତର ସୁରକ୍ଷା ମାନବାଧିକାର ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ଏହି ମଣିଷଙ୍କୁ ଏହି ମୂଲ୍ୟବାନ ପଦକ ମିଳିଥିବା ନେଇ ତାଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛାର ସୁଅ ଛୁଟିଛି । ଏପରିକି ବିଭିନ୍ନ ମହଲରେ ତାଙ୍କୁ ସାଧୁବାଦର ସହ ସେହି ମହାଶୟଙ୍କ ଭୂୟସୀ ପ୍ରଶଂସା କରାଯାଇଛି । ସୂଚନା ଥାଉକି, ଡ଼କ୍ଟର ଗଜାନନ ତ୍ରିପାଠୀ ଏଥି ପୂର୍ବରୁ ୨୦୦୨ରେ ଡ଼କ୍ଟର ଆମ୍ବେଦକର ଫେଲୋସିପ୍ ସମେତ ଓଡ଼ଶା କର୍ମଜୀବୀ ସାମ୍ବାଦିକ ସଂଘ ପକ୍ଷରୁ ସାମ୍ବାଦିକ ଗୌରବ ସମ୍ମାନ ୨୦୦୨, ମୟୁରଭଞ୍ଜ ଜିଲ୍ଲା ବାରିପଦା ହଲଦୀପଦା ସ୍ଥିତ ସୁନାଚାନ୍ଦ ସୁନାପିଲା ବାଣୀପିଠଠାରେ ୨୦୦୪ ମସିହାରେ ପ୍ରଜ୍ଞା ବାଣୀଶ୍ରୀ ଉପାଧି ପ୍ରଦତ୍ତ ହୋଇଛି । ସେହିପରି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୦୧୦ ମସିହାରେ ବେଷ୍ଟ କ୍ରିୟେଟିଭ୍ ରାଇଟର୍ ଆଣ୍ଡ ଜୋର୍ଣ୍ଣାଲିଷ୍ଟ ସମ୍ମାନ ମିଳିଥିଲା । ଡ଼କ୍ଟର ଗଜାନନ ତ୍ରିପାଠୀଙ୍କୁ ଓଡ଼ିଶାର ବିଭିନ୍ନ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ତଥା ସାହିତ୍ୟ ସଂଗଠନ ପକ୍ଷରୁ ବିବିଧା ସମ୍ମାନରେ ସମ୍ମାନୀତ ଓ ପୁରସ୍କୃତ ହୋଇଛନ୍ତି । ଖେମୁଣ୍ଡି ରକ୍ତଦାନ ସଂଘ ପକ୍ଷରୁ ବହୁବାର ରକ୍ତଦାନ କରିଥିବ ଚର୍ଚ୍ଚାକୁ ଆସିଥିଛି । ତେଣୁ ସେହି ଅବସରରେ ମଧ୍ୟ ତାଙ୍କୁ ମାନପତ୍ର ଓ ଉପଢୌକନରେ ସମ୍ମାନୀତ ହୋଇଛନ୍ତି । ଡ଼କ୍ଟର ଗଜାନନ ତ୍ରିପାଠୀ ବିଭିନ୍ନ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ମାନବାଧିକାର ଅନୁଷ୍ଠାନ ପରିବେଶ ସୁରକ୍ଷା ଅନୁଷ୍ଠାନ ସହିତ ଜଡ଼ିତ ରହି ଜୀବନତମାମ ଏହି କର୍ତ୍ତବ୍ୟ କରି ଚାଲିଅସିଥିବା ହେତୁ ଜନମାନସରେ ତାଙ୍କୁ ସାଧୁବାଦ୍ ଓ ଶୁଭେଚ୍ଛାର ପାତ୍ର ହୋଇଛନ୍ତି ।