ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ମୋ ଡେଲାଙ୍ଗ ସବୁଜ ଡେଲାଙ୍ଗ ଅଭିଯାନ, କୁମୁକା ଜଙ୍ଗଲରୁ ଐତିହ୍ୟ ବକୁଳବନ ସୁରକ୍ଷା ଅଭିଯାନ, ପରିବେଶ ପାଇଁ ଗଛଟିଏ, ଲଗାଇବା ଗଛ ଜାତିକି ଜାତି, ଆମେ ହସାଇବା ଆମ ପରିବେଶ, ଗଛ ହିଁ ଜୀବନ, ଗଛ ଲଗାଅ ପରିବେଶ ବଞ୍ଚାଓ, ଜୈବିକ ସାର ପ୍ରୟୋଗ, ପ୍ଲାଷ୍ଟିକ୍କୁ ନା ଅଭିଯାନ ଆଦି ଦ୍ୱାରା ପରିବେଶ ସୁରକ୍ଷା ପାଇଁ ଚହଳ ସୃଷ୍ଟି କରି ବହୁଳ ଜନସଚେତନତା ସୃଷ୍ଟି କରିଥିବା ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପୁରୀଙ୍କୁ ରାଜ୍ୟ ସରକାର ପ୍ରକୃତି ମିତ୍ର ସମ୍ମାନରେ ସମ୍ବର୍ଦ୍ଧିତ କରିଛନ୍ତି । ବିଶ୍ୱ ପରିବେଶ ଦିବସରେ ଭୁବନେଶ୍ୱରର ରବୀନ୍ଦ୍ରମଣ୍ଡପଠାରେ ଆୟୋଜିତ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ସମାରୋହ ଉତ୍ସବରେ ଟ୍ରଷ୍ଟର ପ୍ରତିଷ୍ଠାତା ଏକାଧାରରେ ଜଣେ କବି, ଲେଖକ, ପରିବେଶବିତ ତଥା ‘ଗଛ ହସିଲେ ଜଗତ ହସେ’ ପୁସ୍ତକର ସ୍ରଷ୍ଟା ଆଇନଜୀବୀ ହୃଷୀକେଶ ପାଢ଼ୀଙ୍କୁ ପ୍ରମୁଖ ଶାସନ ସଚିବ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟ ଡ଼ଃ ମୋନା ଶର୍ମା ସମ୍ବର୍ଦ୍ଧିତ କରିଥିଲେ । ଏହି ଖବର ଡେଲାଙ୍ଗ ବୁଦ୍ଧିଜୀବୀଙ୍କ ମାହୋଲରେ ଆନନ୍ଦ ଖେଳାଇଦେଇଛି ।
Prev Post
Next Post