jayashree

ଅଲ୍‌ ଓଡ଼ିଶା ଅଙ୍ଗନୱାଡ଼ି ଲେଡିସ ୱାର୍କର୍ସ ଆସୋସିଏସନ୍ ଟିଟିଲାଗଡ଼ ବ୍ଲକ ପକ୍ଷରୁ କର୍ମୀ ଓ ସହାୟିକା ସମ୍ମିଳନୀ ଅନୁଷ୍ଠିତ : ଯୋଗଦେଲେ ମନ୍ତ୍ରୀ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ରବିବାର ଦିନ ଟିଟିଲାଗଡ ଅଭିମନ୍ୟୁ ସାହୁ କଲ୍ୟାଣ ମଣ୍ଡପଠାରେ ଅଲ୍ ଓଡିଶା ଅଙ୍ଗନୱାଡି ୱାର୍କସ ଆସୋସିଏସନ୍ ତରଫରୁ ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜଳ ସମ୍ପଦ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ସମ୍ମାନିତ ଅତିଥି ଭାବେ ତୁଷୁରା ଚେୟାରମେନ ଅଜୟ ଜେଶ୍ୱାଲ, ଟିଟିଲାଗଡ ବ୍ଲକ ଭାଇସ ଚେୟାରମେନ ଜଗତରାମ ରଣା, ଜିଲ୍ଲା ପରିଷଦ ସଞ୍ଜୟ ବେହେରା, ଗୁଡ଼ଭେଲା ବ୍ଲକ ଓଭଜରର୍ଭର ଅଶୋକ ଜେନା, ଜିଲ୍ଲା ପରିଷଦ ଶ୍ରୀମତୀ ଗୀତା ବିଶି, ପୁର୍ବତନ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରମାକାନ୍ତି ପୁଟେଲ ମଞ୍ଚାସୀନ ଥିଲେ । ଏହି ଅବସରରେ ଅଙ୍ଗନୱାଡି ସଙ୍ଘ ତରଫରୁ ମନ୍ତ୍ରୀଙ୍କୁ ଏକ ବୈଠକ ଗୃହ ନିର୍ମାଣ ସହ ଚାରି ଦଫା ଦାବୀପତ୍ର ପ୍ରଦାନ କରିଥିଲେ । ସେଗୁଡ଼ିକ ହେଲା ଗ୍ରୀଷ୍ମ ଛୁଟି ଲାଗୁ କରିବାକୁ, ନୂତନ ଶିକ୍ଷା ନୀତିରେ ଅଭିଜ୍ଞତା ଓ ଯୋଗ୍ୟତା ଆଧାରରେ ବୟସ ସୀମା ନ ରଖି ସମସ୍ତ ଅଙ୍ଗନୱାଡ଼ି କର୍ମୀଙ୍କୁ ପ୍ରି ପ୍ରାଇମେରୀ ଶିକ୍ଷୟତ୍ରୀ ମାନ୍ୟତା ପ୍ରଦାନ, ଗରମ ରନ୍ଧା ଖାଦ୍ୟର ମୂଲ୍ୟ ବୃଦ୍ଧି, ଅଙ୍ଗନୱାଡ଼ି କର୍ମଚାରୀଙ୍କୁ ସରକାରୀ କର୍ମଚାରୀ କରିବା ସହିତ ଜୀବିକା ମଜୁରି ପ୍ରଦାନ, ଯେ ପର୍ଯ୍ୟନ୍ତ କର୍ମଚାରୀ ମାନ୍ୟତା ପ୍ରଦାନ କରାଯାଇ ନାହିଁ ସେ ଦିନ ପର୍ଯ୍ୟନ୍ତ କର୍ମୀମାନଙ୍କୁ ୧୮,୦୦୦ ଓ ସହାୟିକାମାନଙ୍କୁ ୯,୦୦୦ ଟଙ୍କା ବେତନ ପ୍ରଦାନ ଦାବି କରିଥିଲେ । ଏହି ସଭା ପରେ ନୂତନ କମିଟି ଚୟନ କରାଯାଇଥିଲା ଯେଉଁଥିରେ ସଭାପତି ଭାବେ ସନ୍ତୋଷିନୀ ବେହେରା, ଉପସଭାପତି ସନଥି ନାଏକ, ସମ୍ପାଦିକା ଲଛମଣି ବାଗ, କୋଷାଧ୍ୟକ୍ଷ ଅଂଶୁଲତା ତ୍ରିପାଠୀଙ୍କୁ ଚୟନ କରାଯାଇଛି । ଉପଦେଷ୍ଟା ଭାବେ ବିନୋଦିନୀ ପୁଟେଲ ରହିଥିବା ସଙ୍ଘ ତରଫରୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.