ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

ଆଗଲପୁର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ଫାଣ୍ଡିକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଗଲପୁର ଥାନା ଗତ ୯ ତାରିଖରେ ଶୁଭ ଉଦ୍‌ଘାଟନ ହୋଇଯାଇଛି । ନୂତନ ଥାନାଧିକାରୀ ଆଇଆଇସି ସନାତନ ସାହୁଙ୍କୁ ଦାୟିତ୍ୱ ଦେଇଥିବାରୁ ଗତକାଲି ଆଗଲପୁର ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ଅଞ୍ଚଳରେ ଯେମିତି ଗରିବ ଅସହାୟ ଜନସାଧାରଣ ହଇରାଣ ହରକତ ନ ହୋଇ ଉଚିତ ନ୍ୟାୟ ପାଇବେ ଏବଂ ଅଞ୍ଚଳରେ ଯେମିତି ଅନ୍ୟାୟ ଅତ୍ୟାଚାର ନ ହେବ ସେଥିପାଇଁ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏଥିରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ସଭାପତି ବୁଦ୍ଧଦେବ ସାହୁଙ୍କ ସମେତ ସଂଯୋଗ ସାହୁ, ଅକ୍ଷୟ ମେହେର, ନିରୁପମା ପଧାନ, ମାମୀ ସାହୁ, ରମେଶ ଦଣ୍ଡସେନା, ପ୍ରଦୀପ ରଣା, ନିତ୍ୟାନନ୍ଦ ସାହୁ, ଆନନ୍ଦ ଯୋଶୀ, ଟିକେଶ୍ୱର ତ୍ରିପାଠୀ, ତ୍ରିଲୋଚନ ସାହୁ, ଚିତ୍ତରଞ୍ଜନ ଦଣ୍ଡସେନା, ପ୍ରଶାନ୍ତ ଭୋଇ, ଅନନ୍ତ ମେହେର, ପ୍ରମୋଦ ସା, ମକୁନ୍ଦ ଭୋଇ, ସରୋଜ ସାହୁ, ଯତୀନ ସାହୁ, ଯେଠୁ ସାହୁ ପ୍ରମୁଖ ଫାଉଣ୍ଡେସନର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.