oum

ସମ୍ବଲପୁରରେ ଗୋଷ୍ଠୀ ସଂଘର୍ଷ : ଜଣେ ମୃତ, ଜଣେ ଗୁରୁତର

jsm

ସମ୍ବଲପୁର : ଶନିବାର ରାତିରେ ସମ୍ବଲପୁର ସୁନାପାଲି ଥାନା ଅନ୍ତର୍ଗତ ଓରାମପଡ଼ାରେ ଗୋଷ୍ଠୀ ସଂଘର୍ଷ ହୋଇ ଜଣେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତ ବ୍ୟକ୍ତି ଜଣକ ସରଲାକାନିର ବାଙ୍କେ ଓରାମ୍ ବୋଲି ଜଣାପଡ଼ିଛି । ସେହିପରି ଗୁରୁତର ହୋଇଥିବା ବ୍ୟକ୍ତି ଲବ ଓରାମ (୨୦) ବୋଲି ଜଣାପଡିଛି । ଗୁରୁତର ଜଣଙ୍କ ଆକ୍ରମଣରୁ ବର୍ତ୍ତିଯାଇ ଆହତ ଅବସ୍ଥାରେ ପ୍ରାୟ ୨ କିମି ଦୂର ସାରଳାକାନି ସ୍ଥିତ ଘରେ ପହଞ୍ଚିଥିଲେ । ଏହାପରେ ପିସିଆର ତାଙ୍କୁ ଉଦ୍ଧାର କରି ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଧନୁପାଲି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.