jayashree

ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସମ୍ବଲପୁର ଗସ୍ତ

ସମ୍ବଲପୁର (ଦାମୋଦର ପଣ୍ଡା) : ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସମ୍ବଲପୁର ଗସ୍ତ କରି ବୁର୍ଲା ଭିମସାର କୋଭିଡ଼ ପରିଚାଳନା ସ୍ଥିତିର ସମୀକ୍ଷା କରିଛନ୍ତିି । ସମ୍ବଲପୁର ଜ଼ିଲ୍ଲାରେ କୋଭିଡ଼-୧୯ ସ୍ଥିତିର ସମୀକ୍ଷା ଓ ଏହାର ମୁକାବିଲା ପାଇଁ ନିଆ ଯାଉଥିବା ପଦକ୍ଷେପ ସହିତ ଭବିଷ୍ୟତ କାର୍ୟ୍ୟପନ୍ଥା ବାବଦରେ ଏହି ସମୀକ୍ଷା ବୈଠକରେ ଆଲୋଚନା ହୋଇଯାଇଛିି । ମୁଖ୍ୟ ଶାସନ ସଚିବଙ୍କ ସହିତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରଦୀପ୍ତ କୁମାର ମହାପାତ୍ର, ଡ଼ିଏମଇଟି ପ୍ରଫେସର ସିବିକେ ମହାନ୍ତି ଏହି ଗସ୍ତ ସମୟରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ହସପିଟାଲ ଓ ଗବେଷଣା ସଂସ୍ଥାନ ଭିମସାର ମେଡ଼ିକାଲକୁ ଯାଇ ପରିଦର୍ଶନ କରିଥିଲେି । ଏହି ବୈଠକରେ ଭିମସାର ଆଇସୋଲେସନ ବିଭାଗ ଓ ସମ୍ବଲପୁର କୋଭିଡ଼ ହସପିଟାଲରେ ରୋଗୀ ସେବାକୁ ଆହୁରି ସଂପ୍ରସାରିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲାି । ବୁର୍ଲା ଭିମସାରରେ ଏଥିପାଇଁ ୧ ଶହ ଶଯ୍ୟା ବିଶିଷ୍ଟ ଏକ ଆଇସୋଲେସନ କେନ୍ଦ୍ର ବିକଶିତ କରିବା ପ୍ରସ୍ତାବକୁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ମଞ୍ଜୁର କରିଥିଲେି । ବୈଠକରେ ସମ୍ବଲପୁର ଜ଼ିଲ୍ଲାପାଳ ଶୁଭମ ସକ୍‌ସେନା ତଥା ଜ଼ିଲ୍ଲା ସ୍ତରୀୟ ଅଧକାରୀ ଉପସ୍ଥିତ ଥିଲେି ।
ଏହି ଅବସରରେ ସମ୍ବଲପୁର ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଅବକ୍ଷୟ ସ୍ବାସ୍ଥ୍ୟ ସେବା ସଂପର୍କରେ ଦାବୀପତ୍ର ଦେଇଥିଲେି ।

Leave A Reply

Your email address will not be published.