oom

ଭାଗିରଥି ନେପାକ ଓ ପ୍ରବୀଣ ମିଶ୍ରଙ୍କ ଶ୍ରାଦ୍ଧ ସମାରୋହ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂଜ୍ୟପୂଜା ସେବା ସଂଗଠନ ଓ ଶିଶୁ ବିକାଶ କେନ୍ଦ୍ର ତରଫରୁ ସରସ୍ୱତୀ ପୁତ୍ର ଭାଗିରଥି ନେପାକ ଓ ଶିଶୁ ବିକାଶ କେନ୍ଦ୍ରର ପ୍ରାଣ ପ୍ରତିଷ୍ଠାତା ପ୍ରବୀଣ ମିଶ୍ରଙ୍କ ଶ୍ରାଦ୍ଧ ସମାରୋହ ଉପଦେଷ୍ଟା ଜୟରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଟିକ୍ରାପଡା ଦଧିବାମନ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ସମ୍ମାନିତ ବକ୍ତା ଭାବରେ ଡା. ଅଶୋକ କୁମାର ସେଠୀ ବିଶିଷ୍ଟ ସାହିତ୍ୟିକ ଭାଗିରଥି ନେପାକଙ୍କ ସାହିତ୍ୟକୃତି ଉପରେ ବିଷଦ ଆଲୋଚନା ଓ ଡ. ପ୍ରେମଚାନ୍ଦ ମହାନ୍ତି ପ୍ରବୀଣ ମିଶ୍ରଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରି ସେବାର ମହତ୍ୱ ଉପରେ ଗଭୀର ଆଲୋଚନା କରିଥିଲେ । ଏହି ସମାରୋହରେ ଧିରେନ୍ଦ୍ର ନାରାୟଣ ସିଂହଦେଓ, ଶୁଭେନ୍ଦ୍ର ନେପାକ, ବଳିଷ୍ଠ ପଧାନ, ମାଳତି ଉଦ୍‌ଗାତା, ନିହାରିକା ମିଶ୍ର, କେଶବ ଚନ୍ଦ୍ର ମିଶ୍ର, ଧର୍ମବ୍ରତ ରଥ, ସୀତାଂଶୁ ଶେଖର ନାୟକ, ମଧୁ ସାହୁ, ସୁନାଧର ବନଛୋର ପ୍ରମୁଖ ମତବ୍ୟକ୍ତ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶିଶୁ ବିକାଶ କେନ୍ଦ୍ରର ସଭାପତି ମଦନ ମୋହନ ରଥ ସଭା ପରିଚାଳନା କରିଥିଲେ । ଏହି ସଭାକୁ ପ୍ରଶାନ୍ତ କୁମାର ଷଡଙ୍ଗୀ, ଦୁର୍ଗା ଚରଣ ସାହୁ ଓ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ । ମକର ସଂକ୍ରାନ୍ତି ଅବସରରେ ସମସ୍ତେ ମକର ଚାଉଳ ଓ ରାଶି ଲଡୁ ପ୍ରସାଦ ସେବନ କରି ନିଜ ନିଜ ଭିତରେ ଭାଇଚାରା ରଖିବାକୁ ସଂକଳ୍ପ ନେଇଥିଲେ । ଶେଷରେ ଅରୁଣ କୁମାର ଖୁଆସ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.