ସମାଜସେବୀଙ୍କ ଟ୍ୱିଟ ପରେ ପ୍ରହଲ୍ଲାଦଙ୍କ ପାଖକୁ ପହଁଚିଲେ ମେଡିକାଲ ଟିମ

କଟକ : ମାହାଙ୍ଗା ବ୍ଲକ ଉମର ପଞ୍ଚାୟତ ଉମର ଗାଁର ବେହେରାସାହିର ପ୍ରହଲ୍ଲାଦ ବେହେରାଙ୍କ ପୁଅ ଝିଅ ନ ପଚାରିବାରୁ ଗାଁ ନିକଟର ବାଲିଆଚକା ବଜାରରେ ଥିବା ଏକ ଚାଲ ଛପର ପରିତ୍ୟକ୍ତ ଘରେ ଆଶ୍ରୟ ନେଇଥିଲେ । ଗାଁ ଲୋକେ ଯେତେବେଳେ ଯାହା ଦେଉଥିଲେ ତାହାକୁ ଖାଉଥିଲେ ନଚେତ ଉପାସରେ ରହୁଥିଲେ । ତେବେ ଗତ ଦୁଇଦିନ ତଳେ ତାଙ୍କର ଉଚ୍ଚ ରକ୍ତଚାପ ବଢ଼ି ଯିବାରୁ ସେ ତଳେ ପଢ଼ିଯାଇଥିଲେ । ଗାଁ ଲୋକେ ଖବରପାଇ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ । ଡାକ୍ତର ପରୀକ୍ଷା କରି ତାଙ୍କୁ କଟକ ନେଇ ଉନ୍ନତ ମାନର ଚିକିତ୍ସା କରିବାପାଇଁ ପରାମର୍ଶ ଦେଇଥିଲେ । ତାଙ୍କର କେହି ନଥିବାରୁ ଗାଁ ଲୋକେ ପୁଣି ଘରକୁ ଆଣି ତାଙ୍କର ପୁଅ ଝିଅଙ୍କୁ ଖବର ଦେଇଥିଲେ ସୁଧା କେହି ଆସିନଥିଲେ । ଏହି ଖବର କୁ କୌଣସି ସୂତ୍ରରୁ ଜାଣି ସମାଜସେବୀ ଯଶୋବନ୍ତ ରଣା ସ୍ଵାସ୍ତ୍ୟ ବିଭାଗ, ମୋ ସରକାର, ମାହାଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜଣାଇଥିଲେ । ଏହାର ପ୍ରଭାବରେ ଏକ ମେଡିକାଲ ଟିମ ପହଂଚି ତାଙ୍କର ସ୍ଵାସ୍ଥ୍ୟବସ୍ତା ଯାଞ୍ଚ କରିଥିଲେ । ସେମିତି କିଛି ଅସୁବିଧା ନାହିଁ ଘରେ ରହି ଚିକିସା କରିବାପାଇଁ ପରାମର୍ଶ ଦେଇଛନ୍ତି । ଏହି ସମୟରେ ଗାଁର ଅଙ୍ଗନବାଡି, ଆଶା ସହ ମେଡିକାଲ ଟିମ ଉପସ୍ଥିତ ଥିଲେ । ବୃଦ୍ଧଙ୍କୁ ସହଯୋଗର ହାତ ବଢ଼ାଇଥିବାରୁ ଗ୍ରାମବାସୀ ସମାଜସେବୀ ଯଶୋବନ୍ତ ରଣାଙ୍କ କାର୍ଯ୍ୟକୁ ବହୁତ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.