oom

ଦୟାନିଧି ମିଶ୍ର ସାହିତ୍ୟ ସମ୍ମାନରେ ସାହିତ୍ୟିକ ତଥା ଶିକ୍ଷକ ସମ୍ମାନୀତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ତୁଲଣ୍ଡିଠାରେ ଅବସ୍ଥିତ ଗୋପବନ୍ଧୁ ସାହିତ୍ୟ ସଂସଦ ଦ୍ୱାରା ଗୋପବନ୍ଧୁ ଜୟନ୍ତୀ ଅବସରରେ ଆୟୋଜିତ ଦର୍ପଣ ମହୋତ୍ସବରେ ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରେମାନନ୍ଦ ବେହେରାଙ୍କୁ ସାହିତ୍ୟ ସାଧନା ପାଇଁ ‘ଦୟାନିଧି ମିଶ୍ର ସାହିତ୍ୟ ସମ୍ମାନ’ରେ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା ସମାଜର ପୂର୍ବତନ ସମ୍ପାଦକ ବାମାପଦ ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହି ସମ୍ମାନ ପ୍ରଦାନ କରିଥିଲେ । ଆୟୋଜିତ ସଭାରେ ଗୋପବନ୍ଧୁ ସାହିତ୍ୟ ସଂସଦର ସମ୍ପାଦକ ବଟକୃଷ୍ଣ ସାହୁ ଶ୍ରୀ ବେହେରାଙ୍କ ନୀରବଚ୍ଛିନ୍ନ ସାହିତ୍ୟ ସାଧନା ବିଷୟରେ ଆଲୋକପାତ କରିଥିଲେ । ଏହା ନିଶ୍ଚିତ ଭାବରେ ପଦ୍ମପୁର ପାଇଁ ଏକ ଗୌରବର ବିଷୟ ।

jittmm
Leave A Reply

Your email address will not be published.