ତାମିଲନାଡୁ କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ଓଡ଼ିଆ ଯବାନ ରାଣାପ୍ରତାପ ସହିଦ

ଅନୁଗୋଳ, (ଆର୍ତ୍ତତ୍ରାଣ ପାଣି) : ତାମିଲନାଡୁ କୁନ୍ନୁରରେ ଗତକାଲି ବାୟୁସେନାର ଏମ୍‌ଆଇ-୧୭ଭି-୫ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଥିଲା । ତେବେ ଏଥିରେ ସିଡିଏସ୍ ଜେନେରାଲ୍ ବିପନ ରାଓ୍ୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ରାଓ୍ୱତଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏଥିରେ ଜଣେ ଓଡ଼ିଆ ଯବାନ ମଧ୍ୟ ସହିଦ ହୋଇଛନ୍ତି । ସହିଦ ଓଡ଼ିଆ ଯବାନଙ୍କ ନାଁ ରାଣାପ୍ରତାପ ଦାସ । ସେ ଜୁନିଅର ୱାରେଣ୍ଟ ଅଫିସର ଥିଲେ । ତାଙ୍କ ଘର ଅନୁଗୋଳ ଜିଲ୍ଲା ତାଳଚେର ଅନ୍ତର୍ଗତ କଣ୍ଢାଳ ପଞ୍ଚାୟତର କୃଷ୍ଣଚନ୍ଦ୍ରପୁର ଗାଁରେ ବୋଲି ସୂଚନା ରହିଛି । ତାଙ୍କ ବିୟୋଗରେ ଅନୁଗୋଳ ଜିଲ୍ଲା ସମେତ ତାଳଚେର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.