ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅବସରପ୍ରାପ୍ତ କର୍ମଚାରୀ ସଂଘ ପାଇକମାଲଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କରୋନା ବିପତ୍ତିର ମୁକାବିଲା ପାଇଁ ୧୧ ହଜାର ଟଙ୍କାର ଏକ ଚେକ୍ ପଦ୍ମପୁର ଉପଜିଲ୍ଲାପାଳ ତ୍ରିଲୋଚନ ପାତ୍ରଙ୍କ ମାଧ୍ୟମରେ ପ୍ରଦାନ କରିଛନ୍ତି । ସଂଘର ସଭାପତି ଅନିଲ କୁମାର କାଳିଆ, ସଂପାଦକ ପ୍ରଫୁଲ ପାଣିଗ୍ରାହୀ ଏବଂ ସଭ୍ୟ କୁବେର ରଣା ପ୍ରମୁଖ ଉପସ୍ଥିତ ଥିଲେ । ଏହି ମହତ୍ କାର୍ଯ୍ୟ ପାଇଁ ଉପଜିଲ୍ଲାପାଳ ସଂଘର ସମସ୍ତ ସଭ୍ୟ ମାନଙ୍କୁ ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.