ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବେଲଗାଁ ପଞ୍ଚାୟତ ପିପୃଟ ଗ୍ରାମର ଧନୁ ରଣା(୫୦)ଙ୍କ ଗତ ୩ ତାରିଖ ଦିନ ଏକ ଗଛରେ ଆଶ୍ରୟ ନେବା ସମୟରେ ତାଙ୍କର ବଜ୍ରାଘାତରେ ମୃତ୍ୟୁ ଘଟଣାକୁ ନେଇ ମଧ୍ୟ କୋଶଳ ପ୍ରବାହରେ ମଧ୍ୟ ଖବର ପ୍ରସାରଣ ହୋଇଥିଲା । ତେବେ ଆଜି ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଉକ୍ତ ପରିବାର ଲୋକଙ୍କୁ ଭେଟିବା ପରେ ଶୋକ ପ୍ରକାଶ କରିଥିଲେ ମନ୍ତ୍ରୀ ଶ୍ରୀମତୀ ସାହୁ । ତେବେ ଧନୁଙ୍କ ବଜ୍ରାଘାତରେ ମୃତ୍ୟୁ ହେବା ପରେ ରାଜ୍ୟ ସରକାର ଯୋଗାଉ ଥିବା ଆର୍ଥିକ ସହାୟତା ୪ ଲକ୍ଷ ଟଙ୍କା ସମେତ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରି ଉକ୍ତ ପରିବାର ଲୋକଙ୍କୁ ଯୋଗାଇ ଦେବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ପରିବାର ପକ୍ଷରୁ ମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଯାଇଛି ।