oom

ମୃତ ସାମ୍ବାଦିକ ଦୁର୍ବାକ୍ଷ ବସ୍ତିଆଙ୍କ ପରିବାରକୁ କଣ୍ଟାମାଳ ବ୍ଲକ ସାମ୍ବାଦିକ ସଂଘର ସହାୟତା ପ୍ରଦାନ

jsmm

ବୌଦ୍ଧ, (ବଂଶୀଧର ମାଝୀ) : ଗତ ଅପ୍ରେଲ ୭ ତାରିଖରେ ପ୍ରାଣ ହରାଇଥିବା ବରିଷ୍ଠ ସମ୍ବାଦିକ ଦୁର୍ବାକ୍ଷ ବସ୍ତିଆଙ୍କ ପରିବାରକୁ କଣ୍ଟାମାଳ ବ୍ଳକ ସାମ୍ବାଦିକ ସଂଘ (କବ୍ଚା)ର ଏକ ପ୍ରତିନିଧି ମଣ୍ଡଳୀ ଯାଇ ମୃତ ବସ୍ତିଆଙ୍କ ମା, ଧର୍ମ ପତ୍ନୀ ଓ ଦୁଇଝିଅକୁ ଭେଟି ସାନ୍ତ୍ୱନା ଦେବା ସହ ସହାୟତା ପ୍ରଦାନ କରିଥିଲେ । ସଂଘର ଉପଦେଷ୍ଟା ଦିବ୍ୟଶଙ୍କର ରାଉତଙ୍କ ନେତୃତ୍ୱରେ ବରିଷ୍ଠ ସାମ୍ବାଦିକ ଜୟକୁମାର ମହାରଣା, ସଂପାଦକ ପୂର୍ଣ୍ଣଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ଅନନ୍ତଚରଣ ଖମାରୀ, ରଞ୍ଜନ ପାତ୍ର, ଗୋବର୍ଦ୍ଧନ ସାହୁ, ରବି କର୍ଣ୍ଣ ପ୍ରମୁଖ ସଂଘର ସଦସ୍ୟମାନଙ୍କ ତରଫରୁ ୨୫ ହଜାର ଟଙ୍କାର ଏକ ଫିକ୍ସ ଡିପୋଜିଟ ପ୍ରଦାନ କରାଯାଇଥିଲା । ଆଗାମୀ ଦିନରେ ମଧ୍ୟ ଦୁଇ ଝିଅର ଶିକ୍ଷା ଗ୍ରହଣ ପ୍ରତି ସଂଘ ଦୃଷ୍ଟି ଦେବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ପ୍ରକାଶ ଯେ ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ବସ୍ତିଆ ଦୀର୍ଘ ୩ ଦିନ ଧରି ଜ୍ୱରରେ ପୀଡିତ ହୋଇ କରୋନା ପରୀକ୍ଷା ପାଇଁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ବାହାରୁଥିବା ବେଳେ ନିଜ ଘର ସମ୍ମୁଖରେ ହିଁ ମୃତ୍ୟୁବରଣ କରିଥିଲେ । ସ୍ୱର୍ଗତ ବସ୍ତିଆଙ୍କ ଠାରେ କରୋନାର ସମସ୍ତ ଲକ୍ଷଣ ରହିଥିବା ହେତୁ ତାଙ୍କୁ ଜଣେ ସନ୍ଦିଗ୍ଧ କରୋନା ରୋଗୀ ଭାବେ ବିବେଚନା କରି ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ସହାୟତା ପ୍ରଦାନ କରିବାକୁ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।

jittmm
Leave A Reply

Your email address will not be published.