ବୃକ୍ଷ ହିଁ ଜୀବନ : ଶପଥ ନେଲେ କୁଲୁତା ସମାଜ ଯୁବ ସଦସ୍ୟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଆଗଲପୁର ବ୍ଲକ ଭରସୁଜା ଜଳନ୍ଦର କଲେଜରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୫୦ଟି ଚାରା ରୋପଣ କରାଯାଇଥିଲା । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ସମ୍ମାନୀୟ ଅତିଥି ଆଗଲପୁର ବ୍ଲକ ଉପାଧ୍ୟକ୍ଷା ନିରୁପମା ପ୍ରଧାନ, ଭରସୁଜା ସରପଞ୍ଚ ପ୍ରମିଳା ସାହୁ, ଝରଣିପାଲି ସରପଞ୍ଚ ସୁନିତା ସାହୁ, କଲେଜ ଅଧ୍ୟକ୍ଷ ପ୍ରଶାନ୍ତ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଯୁବ କୁଲୁତା ସମାଜର ସମସ୍ତ କାର୍ଯ୍ୟକ୍ରମ ପ୍ରଶଂନୀୟ ବୋଲି ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ କହିଥିବା ବେଳେ ନାରୀ ସମାଜ ମଧ୍ୟ ମୁଖ୍ୟ ସ୍ରୋତକୁ ଆସି କାମ କରିବା ଉଚିତ ବୋଲି ସମ୍ମାନୀୟ ଅତିଥି ତାଙ୍କ ବକ୍ତବ୍ୟରେ କହିଥିଲେ । ଏ ଅବସରରେ ଅର୍ଚ୍ଚିତା ପାତ୍ରଙ୍କୁ ମୁଖ୍ୟ ଅତିଥି ଟ୍ରଫି ଓ ଉପଢୌକନ ସହ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସମାଜସେବୀ ଲେଙ୍କା ସାହୁ, ଶ୍ରଦ୍ଧାପାଲି ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ସଂଜିବ ଭୋଇ, ଲକ୍ଷ୍ମୀକାନ୍ତ ଭୋଇ, କରୁଣା ପାତ୍ର, ପ୍ରେମାନନ୍ଦ ପ୍ରଧାନ, ଜିତେନ୍ଦ୍ର ବିଶ୍ୱାଲ, ଭୁବନେଶ୍ୱର ଭୋଇ, ଅମିତ ବାରିକ, ଦେବାଶିଷ ପ୍ରଧାନ ସମେତ ଆଗଲପୁର ବ୍ଲକର ଅନେକ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅସୀମ ସାହୁ ପରିଚାଳନା କରିଥିବା ବେଳେ ସମାଜସେବୀ ପଞ୍ଚୁ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଆଗଲପୁର ବ୍ଲକକୁ ସବୁଜିମା କରିବା ପାଇଁ ସମସ୍ତ ସଦସ୍ୟ ଶପଥ ନେଇଥିଲେ ।

Leave A Reply

Your email address will not be published.