ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ, ୩ ଗୁରୁତର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଟାଉନ ଥାନା ଅନ୍ତର୍ଗତ ହଲଦୀପାଲି ଛକରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଉକ୍‌କ୍ତ ଦୁର୍ଘଟଣାରେ ଜଣକ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ପ୍ରଥମେ ବରଗଡ଼ ଓ ପରେ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ ମୁମ୍ବାଇ କୋଲକାତା ୬ ନମ୍ବର ଜାତୀୟ ରାଜପଥ ବରଗଡ଼ର ବୀର ଛକରେ ଆଜି ଭୋର ସକାଳୁ ଏକ କାର ଓ ବସ ମଧ୍ୟରେ ମୁହାଁମୁହିଁ ଧକା ଲାଗିଥିଲା । ଫଳରେ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ବ୍ୟକ୍ତିଙ୍କ ସହାୟତାରେ ୧୦୮ ଅମ୍ବୁଲାନ୍ସ ଯୋଗେ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତରଙ୍କ ଚିକିତ୍ସା ପରେ ଦୁଇଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୀମସାର ବୁର୍ଲାକୁ ସ୍ଥାନାନ୍ତର କରିଛନ୍ତି । ମୃତ ବ୍ୟକ୍ତି ଜଣକ ହେଲେ ବରଗଡ଼ ୱାର୍ଡ ନମ୍ବର ୧୩ ର ଭକ୍ତ ଗୁର୍ଲା (୨୮) ଆହତ ବ୍ୟକ୍ତି ମାନେ ହେଲେ ବରଗଡ଼ ୱାର୍ଡ ନମ୍ବର ୮ ର ଲଳିତ ସୁନା(୧୮) , ୱାର୍ଡ ନମ୍ବର ୭ ର ନୀତିନି ଦାସ(୩୧) ଓ ସୁଭମ ସାହୁ(୨୫) ତାଙ୍କ ମଧ୍ୟରୁ ନିତିନ ଓ ସୁଭମଙ୍କୁ ଭୀମସାର ବୁର୍ଲାକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଲଳିତ ସୁନା ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ।

Leave A Reply

Your email address will not be published.