ସସମ୍ମାନ ଶବ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁ‌ନ୍ତଲା ବ୍ଲକ ଅନ୍ତର୍ଗତ ଡେଢେଲ ଗାଁର ଘନଶ୍ୟାମ ସାହୁ ନିଜ ବାପା ମା’ଙ୍କୁ ବଲାଙ୍ଗିର ଭୀମ ଭୋଇ ହସ୍ପିଟାଲରେ କରୋନା ଯୋଗୁଁ ଭର୍ତ୍ତି କରିଥିଲେ । ତେବେ ଗତକାଲି ସନ୍ଧ୍ୟାରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ଘନଶ୍ୟାମ ନିଜ ଗାଁକୁ ନେବା ପାଇଁ ସମସ୍ତ ବ୍ୟବସ୍ଥା କରିସାରିଥିଲେ ହେଲେ ଗ୍ରାମବାସୀ ଶବ ଆଣିବାକୁ ମନା କରିଦେଇଥିଲେ । ପରେ ରାତି ଦଶ ଟାରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନକୁ ଯୋଗାଯୋଗ କରି ଥିଲେ ଘନଶ୍ୟାମ । କିଛି ସମୟ ପରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ଦଶ ଜଣିଆ ଟିମ ମେଡିକାଲରୁ ଶବ ଆଣି ସ୍ଥାନୀୟ ଆର୍‌ଟିଓ ଛକ ସ୍ଥିତ ସ୍ମଶାନରେ ପିପିଇ କୀଟ ପିନ୍ଧି ରାତି ସାରା ଶବ ସତ୍କାର କରିଥିଲେ ।

Leave A Reply

Your email address will not be published.