ଅଲିଭ୍‌ ରିଡ୍‌ଲେଙ୍କ ମିଳନ ପ୍ରକ୍ରିୟା ଆରମ୍ଭ ଋଷୁକୂଲ୍ୟା ମୁହାଁଣରେ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ନିକଟରେ ବହିଯାଇଥିବା ପୁଣ୍ୟାତୟ ଋଷିକୁଲ୍ୟା ଓ ବଙ୍ଗପ ସାଗର ମିଳନ ବା ଋଷୁକୂଲ୍ୟା ମୁହାଁଣରେ ବିରଳ ପ୍ରଜାତି ସାମୁଦ୍ରିକ କଇଁଚ ଅଲିଭ୍‌ ରିଡ୍‌ଲେଙ୍କ ମିଳନ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି । ସମୁଦ୍ରରର ନୀଳ ଜଳ ରାଶି ମଧ୍ୟରେ ଯୋଡି ଯୋଡି ହୋଇ ଅଲିଭ୍‌ ରିଡ୍‌ଲେମାନଙ୍କ ମିଳନ ହେଉଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ବିଭିନ୍ନ ମହଲରେ ଆନନ୍ଦର ଲହରି ଖେଳିଯାଇଛି । ସେମାନଙ୍କ ସୁରକ୍ଷାକୁ ନେଇ ବନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । କଇଁଚଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି । ଯାହାକୁ ନେଇ ନଭେମ୍ବର ମାସରୁ ଓଡିଶାରେ ୮ ମାସ ପର୍ଯ୍ୟନ୍ତର ଏହି ବିରଳ ପ୍ରଜାତିର ସାମୁଦ୍ରିକ କଇଁଚମାନେ ଦେଖିବାକୁ ମିଳିଥାନ୍ତି । ଖାଦ୍ୟ ଅନ୍ୱେଷଣରେ ଶ୍ରୀଲଙ୍କା ଅଞ୍ଚଳରୁ ପ୍ରଜନନ ଋତୁ ଆସିବା ସମୟରେ ହଜାର ହଜାର କିଲୋମିଟର ଅତିକ୍ରମ କରି ସମୁଦ୍ର ପଥରେ ଏହି କଇଁଚମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ଓଡିଶା ଅଭିମୁଖେ ଆସିଥାନ୍ତି । ଗତ ବର୍ଷ ରେକର୍ଡ ସଂଖ୍ୟକ ପାଞ୍ଚ ଲକ୍ଷରୁ ଅଧିକ ସାମୁଦ୍ରିକ କଇଁଚ ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ବେଳାଭୂମିରେ ସାମୂହିକ ଗଣ ଅଣ୍ଡାଦାନ କରିଥିଲେ । ଗତ ବର୍ଷ ବିଶାଳକାୟ ଗ୍ରୀନ ଟଟଲ ବେଳାଭୂମି ଉପରୁକୁ ଉଠି ଆସି ଅଣ୍ଡାଦାନ କରିଥିବା ନଜରକୁ ଆସିଥିଲା । ଯାହାକୁ ନେଇ ଚଳିତ ବର୍ଷ ଗତ ବର୍ଷଠାରୁ ଅଧିକ ସଂଖ୍ୟକ ଅଲିଭ୍‌ ରିଡ୍‌ଲେଙ୍କ ଗଣ ଅଣ୍ଡାଦାନ ହେବ ବୋଲି ଆଶା କରାଯାଉଛି । ଗ୍ରୀନ କଇଁଚଙ୍କ ସଂଖ୍ୟା ବଢିପାରେ ବୋଲି ପରିବେଶବିତମାନେ ଆଶା କରିଛନ୍ତି ।

Leave A Reply

Your email address will not be published.