ଗାଁ କଲ୍ୟାଣ ସମିତି ପକ୍ଷରୁ କୋଭିଡ ଜନସଚେତନତା ରଥକୁ ସ୍ୱାଗତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଳକ ଅର୍ନ୍ତଗତ ବେରବୋଇ ଗ୍ରାମପଂଚାୟତର ଡଁପୁର ଗାଁ କଲ୍ୟାଣ ସମିତି ଓ ଗ୍ରାମ୍ୟ କୋଭିଡ ପରିଚାଳନା କମିଟିର ସହଯୋଗରେ ୨ୟ ଲହର କୋଭିଡ ସଂକ୍ରମଣରୁ ଜନସାଧାରଣଙ୍କ ସୁରକ୍ଷା ପାଇଁ କୋଭିଡ ସଚେତନତା ରଥ ପରକ୍ରମା କରାଯାଇଛି । ଅଙ୍ଗନୱାଡି କର୍ମୀ ଜୟନ୍ତି ସେଠୀଙ୍କ ନେତୃତ୍ୱରେ ସଚେତନତା ର‍୍ୟାଲି ବାହାରିଥିଲା ଲୋକମାନେ ଭୟ ନ କରି କିପରି କୋଭିଡ ଟୀକା ନେବା, ବାରମ୍ବାର ହାତ ଧୋଇବା, ମାସ୍କ ବ୍ୟବହାର କରିବା, ଅଯଥାରେ ଘରୁ ନ ବାହାରିବା, ଘରେ ରହନ୍ତୁ ସୁସ୍ଥ ରହନ୍ତୁ, ପରିଷ୍କାର ପରିଛନ୍ନତା ରହିବା ପାଇଁ ଲୋକମାନଙ୍କୁ ସଚେତନତା କରାଯାଇଥିଲା । ଏଥି ସହ କରୋନା, ଡେଙ୍ଗୁ, ମେଲେରିଆ, ଡାଇରିଆ ଆଦି ରୋଗ ସର୍ମ୍ପକରେ ସଚେତନତା ରଥ ଗାଁକୁ ଗାଁ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଆଶାକର୍ମୀ ପିତାମ୍ବରୀ ପ୍ରଧାନ, ଶୈଳବାଳା ଜେନା, ରଜନି ବାଳା ଦାସ, ସରୋଜିନି ପ୍ରଧାନ, ୱାର୍ଡସଭ୍ୟ ତଥା ନାଏବ ସରପ ଶ୍ରୀନିବାସ ପ୍ରଧାନ, ସ୍ୱାସ୍ଥ୍ୟକର୍ମୀ କୈଶଲ୍ୟା ପ୍ରମୁଖ ଯୋଗଦେଇ ସଚେତନତା ବାର୍ତ୍ତା ପ୍ରଚାର କରିବା ସହ କରୋନା କଟକଣା ନିୟମର ପ୍ରଚାରପତ୍ର ବଣ୍ଟନ କରିଥିଲେ । ଗାଁ କଲ୍ୟାଣ ସମିତିର ଏହି କୋଭିଡ ଜନସଚେତନତା ରଥକୁ ଜନସାଧାରଣ ସ୍ୱାଗତ କରିଥିଲେ ।

Leave A Reply

Your email address will not be published.