ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା କେବୁଲ ବୋଝେଇ ଆଇଚର : ଅଳ୍ପକେ ବର୍ତିଲେ ଚାଳକ

ବୌଦ୍ଧ,(ବଂଶୀଧର ମାଝୀ): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଖୋର୍ଦ୍ଧା-ବଲାଙ୍ଗୀର ନଂ.୫୭ ଜାତୀୟ ରାଜପଥ ପୁରୁଣା କଟକ ଥାନା ଆଡେନିଗଡ଼ ଫାଣ୍ଡି ଅଧିନ ରାଣିଗଞ୍ଜ ନିକଟରେ ଏକ ଆଇଚର ଗାଡି ଭାରସାମ୍ୟ ହରାଇ ରାସ୍ତା ତଲକୁ ଖସି ପଡିଥିବା ଜଣା ପଡ଼ିଛି । ଗାଡିଟି ଭୁବନେଶ୍ୱରରୁ କେବୁଲ ବୋଝେଇ କରି ସମ୍ବଲପୁର ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡି ଥିବା ଜଣାପଡିଛି । ତେବେ ଗାଡି ଡ୍ରାଇଭର କୌଣସି କ୍ଷତି ହୋଇନଥିବା ବେଳେ ଦୁଘଟଣାରୁ ଅଳ୍ପକେ ବର୍ତି ଯାଇଛନ୍ତି । ସ୍ଥାନୀୟ ଫାଣ୍ଡି ଅଧିକାରୀ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.