nursing

ସଂବିତ ପାତ୍ରଙ୍କ ଗିରଫ ଦାବୀ କଲା ବଲାଙ୍ଗିର ଯୁବ କଂଗ୍ରେସ

p purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଆଦର୍ଶ ଟାଉନ ଥାନାରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସଂବିତ ପାତ୍ରଙ୍କ ଗିରଫ ଦାବୀ କରିଛି ବଲାଙ୍ଗିର ଯୁବ କଂଗ୍ରେସ । ଅଭିଯୋଗ କରାଯାଇଛି ଯେ, ସଂବିତ ପାତ୍ରଙ୍କର ଅପମାନସୂଚକ ମନ୍ତବ୍ୟ ଓ ଦୁର୍ବବ୍ୟବହାରରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରବକ୍ତା ରାଜୀବ ତ୍ୟାଗୀଙ୍କ ମୃତ୍ୟୁ ଘଟିଛି । ଏଣୁ ସଂବିତ ପାତ୍ରଙ୍କୁ ଭାରତୀୟ ପିଙ୍ଗଲ କୋଡ଼ ଧାରା ୩୦୪ (ଏ)ରେ ହତ୍ୟା ମକଦ୍ଧମା ରୁଜ୍ଜୁ କରି ଗିରଫ କରିବା ପାଇଁ ଯୁବ କଂଗ୍ରେସ ଦାବୀ କରିଛି । ସୂଚନାଯୋଗ୍ୟ ଯେ, ଗତ ୧୨ ଅଗଷ୍ଟରେ ହିନ୍ଦୀ ଚେନାଲ ଆଜ ତକ୍ରେ ରାଜୀବ ତ୍ୟାଗୀ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପି ପକ୍ଷରୁ ବିଜେପି. ରାଷ୍ଟ୍ରୀୟ ପ୍ରବକ୍ତା ସଂବିତ ପାତ୍ର, ସଂଗୀତ ରାଗୀ, ସୋଏବ ଜମାଇ ଓ ଅତିକ ଉର ରହେମାନ ମଧ୍ୟ ଯୋଗ ଦେଇଥିଲେ । ବଲାଙ୍ଗିର ଯୁବ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଆଲୋଚନାରେ ସଂବିତ ପାତ୍ର ବାରମ୍ବାର ରାଜୀବ ତ୍ୟାଗୀଙ୍କୁ ଅପମାନ ସୂଚକ ଶବ୍ଦ ପ୍ରୟୋଗ ସହ ଦୁର୍ବବ୍ୟହାର ପ୍ରଦର୍ଶନ କରିଥିଲେ । ବିନା କାରଣରେ ତ୍ୟାଗୀଙ୍କୁ ‘ଜୟଚନ୍ଦ’ ବୋଲି ଆଖ୍ୟା ଦେଇଥିଲେ । ଏପରିକି କେବଳ ମୁଣ୍ଡରେ ଟିକା ଲଗାଇ ତ୍ୟାଗୀ ହିନ୍ଦୁ ହୋଇ ପାରିବେ ନାହିଁ ବୋଲି ଭର୍ତ୍ସନା କରିଥିଲେ । ଅନ୍ୟପକ୍ଷରେ ଏସବୁ ଅପମାନସୂଚକ ଶବ୍ଦ ପ୍ରୟୋଗ ଓ ଦୁର୍ବବ୍ୟବହାରକୁ ଆଜ୍ ତକର ଏଙ୍କର୍ ମଧ୍ୟ ତିଳେ ମାତ୍ର ବିରୋଧ କରି ନଥିଲେ, ଯାହା ଶ୍ରୀ ତ୍ୟାଗୀଙ୍କୁ ଅତ୍ୟଧିକ ମାନସିକତ ଚାପଗ୍ରସ୍ତ କରି ପକାଇଥିଲା । କାର୍ଯ୍ୟକ୍ରମ ସମୟରେ ହିଁ ଅତିଶୟ ମାନସିକତ ଚାପ ଓ ବେଦନାରେ ତାଙ୍କର ହୃଦ୍ଘାତରେ ହୋଇଥିଲା । ପରେ ପରେ ଘରକୁ ଯିବାପରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ସାରା ଦେଶରେ ହୋଇଥିଲା; ଯାହାର ଯଥେଷ୍ଟ ପ୍ରମାଣ ମହଜୁଦ୍ ରହିଛି । ଏହି ପ୍ରମାଣକୁ ଭିତ୍ତି କରି ବିଜେପି ପ୍ରବକ୍ତା ସଂବିତ ପାତ୍ରଙ୍କ ବିରୁଦ୍ଧରେ ଧାରା ୩୦୪(ଏ), ୧୫୩(ଏ), ୨୯୮ ଓ ୫୦୫ ଭାରତୀୟ ପିଙ୍ଗଳ କୋଡ଼ ୧୮୬୦ ମୁତାବକ ହତ୍ୟା ମାମଲା ରୁଜ୍ଜୁ କରିବା ସହ ତାଙ୍କୁ ଗିରଫ କରାଯିବାକୁ ଦାବୀ କରିଛି ବଲାଙ୍ଗିର ଜିଲ୍ଲା ଯୁବ କଂଗ୍ରେସ । ବଲାଙ୍ଗିର ଯୁବ କଂଗ୍ରେସ ସଭାପତି ପ୍ରେମପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ ବଲାଙ୍ଗିର ଟାଉନ ସଭାପତି ବୁଲୁ ଦାନୀ, ସଂପାଦକ ଅଜୟ ବାଲି, ମନୀଷ ମିଶ୍ର, ଲୋପନ ମିଶ୍ର, ଉମା ପଣ୍ଡା, ସୁମିତ ମହାନ୍ତି, ସୁମିତ ମିଶ୍ର, ଅବିନାଶ ସାଏ ପ୍ରମୁଖ ବଲାଙ୍ଗିର ଆଦର୍ଶ ଟାଉନ ଥାନାରେ ସଂବିତ ପାତ୍ରଙ୍କ ଗିରଫ ଦାବୀ ସମୟରେ ଉପସ୍ଥିତ ଥିଲେ ।

upahar
Leave A Reply

Your email address will not be published.

2 × 2 =