ଦେଶରେ ୬୪,୫୩୩ ଓ ଓଡ଼ିଶାରୁ ୧୯୭୭ ଆକ୍ରାନ୍ତ ଚିହ୍ନଟ : ଖୋର୍ଦ୍ଧାରୁ ସର୍ବାଧିକ ୩୩୨

ଭୁବନେଶ୍ୱର, (କେପିଏନ୍ଏସ୍) : ଗତ ୨୪ ଘଂଟା ମଧ୍ୟରେ ଦେଶରେ ୬୪,୫୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରୁ ସର୍ବାଧିକ ୧୯୭୭ ଜଣ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଅନୁଗୁଳରୁ ୨, ବାଲେଶ୍ୱରରୁ ୫୬, ବରଗଡ଼ରୁ ୨୨, ଭଦ୍ରକରୁ ୧୧୮, ବଲାଙ୍ଗିରରୁ ୭, ବୌଦ୍ଧରୁ ୫, କଟକରୁ ୧୦୧, ଦେବଗଡ଼ରୁ ୨, ଢେଙ୍କାନାଳରୁ ୪୦, ଗଜପତିରୁ ୯୩, ଗଂଜାମରୁ ୨୮୦, ଜଗତସିଂହପୁରରୁ ୩୪, ଯାଜପୁରରୁ ୬୯, ଝାରସୁଗୁଡ଼ାରୁ ୧୧, କଳାହାଣ୍ଡିରୁ ୪୮, କନ୍ଧମାଳରୁ ୬୦, କେନ୍ଦ୍ରାପଡ଼ାରୁ ୬, କେଉଁଝରରୁ ୧୦, ଖୋର୍ଦ୍ଧାରୁ ୩୩୨, କୋରାପୁଟରୁ ୯୦, ମାଲକାନଗିରିରୁ ୫୨, ମୟୁରଭଂଜରୁ ୧୨୦, ନବରଂଗପୁରରୁ ୧୭, ନୟାଗଡରୁ ୭୫, ନୂଆପଡ଼ାରୁ ୨୦, ପୁରୀରୁ ୮୩, ରାୟଗଡ଼ାରୁ ୭୦, ସମ୍ବଲପୁରରୁ ୫୯, ସୋନପୁରରୁ ୭ ଓ ସୁନ୍ଦରଗଡ଼ରୁ ୮୮ ଜଣଙ୍କ ପଜିଟିଭ୍ ବାହାରିଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବର୍ତ୍ତମାନ ୮୦୭୮୨୬ ଜଣଙ୍କ କରୋନା ପରୀକ୍ଷା ହୋଇ ସାରିଥିବା ବେଳେ ୫୪,୬୩୦ ଜଣ ପଜେଟିଭ୍ ଚିହ୍ନଟ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ ୩୭୯୦୦ ଜଣ ସୁସ୍ଥ ହୋଇ ଫେରିଥିବା କୁହାଯାଇଛି ।

Leave A Reply

Your email address will not be published.