ଲଘୁଚାପ ବର୍ଷାରେ ଭାଙ୍ଗିଲା ଘର

ବୌଦ୍ଧ,(ବଂଶୀଧର ମାଝୀ): ଗତକାଲି ବିଳମ୍ବିତ ରାତିରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ବୌଦ୍ଧ ବ୍ଳକ ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜହ୍ନାପଙ୍କ ଗ୍ରାମର ପିତ୍ତ ଛତ୍ରଙ୍କ ଚାଳ ଛପର ଘର କାନ୍ଥ ଭାଙ୍ଗିଯାଇଛି । ତେବେ ଘରେ ଶୋଇଥିବା ପରିବାରର ୬ ଜଣ ସଦସ୍ୟ ଅଳ୍ପକେ ବର୍ତ୍ତିଯାଇଛନ୍ତି । ସୂଚନା ଅନୁସାରେ ପରିବାରର ସମସ୍ତ ସଦସ୍ୟ ଗତକାଲି ଶୋଇଥିବା ବେଳେ ଏହି ଘଟଣା ଘଟିଥିଲା । ତାଙ୍କର ଏକମାତ୍ର ଘର ଭାଙ୍ଗି ଯିବାରୁ ଏବେ ସେମାନେ ବାସହରା ହୋଇପଡିଛନ୍ତି । ପଞ୍ଚାୟତ କର୍ତ୍ତୃପକ୍ଷ ତୁରନ୍ତ ତାଙ୍କ ପାଇଁ ରହିବା ବ୍ୟବସ୍ଥା କରିବା ସହିତ ଆବଶ୍ୟକ ରିଲିଫ ବ୍ୟବସ୍ଥା ଏବଂ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.