ବଲାଙ୍ଗିର ଜିଲ୍ଲାରୁ ଆଜି ୭ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ଜିଲ୍ଲାରୁ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ବଲାଙ୍ଗିର ସହରର ୫ ଜଣ ଚିହ୍ନଟ ହୋଇଥିବା ବେଳେ ୨ ଜଣ ଗ୍ରାମାଂଚଳର ବୋଲି ସରକାରୀ ରିପୋର୍ଟରେ ଦର୍ଶା ଯାଇଛି । ବଲାଙ୍ଗିର ପୌରାଂଚଳର ଲେକଚର୍ କଲୋନୀରୁ ୨, ଆନଂଦନଗରରୁ ୧ ଏବଂ ପୋଲିସ କଲୋନୀରୁ ୨ ଜଣ ସଂକ୍ରମିତ ହୋଇଛନ୍ତି । ଗ୍ରାମାଂଚଳର ବେଲପଡ଼ା ବ୍ଲକ ନୁନହାଡ଼ରୁ ୧ ଏବଂ ଗୁଡ଼ଭେଲା ବ୍ଲକ ସମରାରୁ ଜଣେ ଚିହ୍ନଟ ହୋଇଛନ୍ତି । ଆଜି ଦର୍ଶାଯାଇଥିବା ସମସ୍ତ ସଂକ୍ରମିତ ମହିଳା ଅଟନ୍ତି । ତେବେ ଆଜି ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାରେ ୭୮୮ ଜଣ ସଂକ୍ରମିତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୫୪୫ ଜଣ ସୁସ୍ଥ ହୋଇ ଫେରିଛନ୍ତି ।

Leave A Reply

Your email address will not be published.