jayashree

ଟିଟିଲାଗଡ଼ରେ ରାପିଡ୍ କିଟ୍ ଅଭାବ

ଟିଟିଲାଗଡ, ( ଗୌରବ ଦରଜୀ) :
କରୋନା ମହାମାରୀ ନେଇ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି । ଏନେଇ ଗତ ମାର୍ଚ୍ଚ ୨୪ରୁ ପ୍ରାୟ ୫ ମାସ ଧରି ଦେଶ ସାରା ତାଲାବନ୍ଦ ନିୟମ ଲାଗି ରହିଥିବା ବେଳେ ବର୍ତ୍ତମାନ କେନ୍ଦ୍ର ସରକାର ଧୀରେ ଧୀରେ ଅନଲକ୍ କରୁଛନ୍ତି। କେନ୍ଦ୍ର ସରକାର ଅଗଷ୍ଟ ୨୯ ତାରିଖରେ ଅନଲକ୍ ୪.୦ ଘୋଷଣା କରିଛନ୍ତି।
ଦେଶରେ ଟ୍ରେନ, ବସ ଆଦି ସମସ୍ତ ଯାତ୍ରୀ ପରିବହନ ବ୍ୟବସ୍ଥା ଠପ ହୋଇଛି । ସମସ୍ତ ଶିକ୍ଷାନୁଷ୍ଠାନ , କୋଚିଙ୍ଗ ସେଣ୍ଟର , ଜିମ , ପାର୍ଲର, ସିନେମା ହଲ , ଧର୍ମାନୁଷ୍ଠାନ , ପୂଜାପାର୍ବଣ , ସଭାସମିତି , ସାମାଜିକ କାର୍ଯ୍ୟ, ବିବାହ ସଂସ୍କାର ଆଦିରେ ଲାଗିଥିବା କଟକଣା କିଛି ମାତ୍ରରେ କୋହଳ କରାଯାଇଛି । ରାଜ୍ୟ ସରକାରଙ୍କ ଦ୍ବାରା ସଟଡାଉନ , ଲକଡାଉନ , ସପ୍ତାହାନ୍ତ ସଟଡାଉନ ଆଦି ସହ ପ୍ରଶାସନ ସତର୍କତା ମୂଳକ ପଦକ୍ଷେପ ପାଇଁ କେନ୍ଦ୍ର ସରକାର ର ସହମତି ଗ୍ରହଣ କରିବ ବୋଲି ଘୋଷଣା କରିଛନ୍ତି । ଏହି ପରି ସମୟରେ ଟିଟିଲାଗଡ ଉପଖଣ୍ଡ ଚିକିତ୍ସାଳୟରେ କୋରୋନା ପରୀକ୍ଷା ପାଇଁ ରାପିଡ୍ କିଟ୍ ଅଭାବ ଟିଟିଲାଗଡ ପୌରାଞ୍ଚଳରେ ବାଧାପ୍ରାପ୍ତ ହେବା ନେଇ ବୁଦ୍ଧିଜୀବୀ ମହଳରେ ଉଦବେଗ ପ୍ରକାଶ ପାଇଛି। ଟିଟିଲାଗଡର ଜନସଂଖ୍ୟାର ମାତ୍ର ୧-୨ ପ୍ରତିଶତ ଲୋକଙ୍କ ଟେଷ୍ଟ ହୋଇଛି । ସେ ମଧ୍ୟରୁ ପ୍ରାୟ ୧୦ ପ୍ରତିଶତ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ପୂର୍ବରୁ ସହର ମଧ୍ୟରେ ବିଭିନ୍ନ ଅଞ୍ଚଳକୁ କଣ୍ଟନମେଣ୍ଟ ଜୋନ୍ ଘୋଷଣା, ଦୋକାନ ବଜାର ସିଲ , ନର୍ସଙ୍ଗହୋମ ସିଲ ଘୋଷଣା ଆଦି ପଦକ୍ଷେପ ପ୍ରଶାସନ ନେଇ ଆସିଛି । ସହରର ପ୍ରାୟ ପ୍ରତ୍ୟେକ ପଡ଼ା, ଗଳିକନ୍ଦିକୁ କରୋନା ପ୍ରସାରିତ ହୋଇସାରିଛି । ଏଭଳି ସ୍ଥିତିରେ ଉପଖଣ୍ଡ ଚିକିତ୍ସାଳୟ ର ଭିଡ଼ ଓ ଗହଳିପୂର୍ଣ୍ଣ ଟିଟିଲାଗଡ ସହର ମଧ୍ୟରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ଦେଖାଯାଉଛି। ଏଭଳି ପରିସ୍ଥିତି ରେ ଟିଟିଲାଗଡ ଅଞ୍ଚଳରେ କୋରୋନା ପରୀକ୍ଷା ବାଧାପ୍ରାପ୍ତ ପାଇବା ଓ ସଂକ୍ରମିତଙ୍କ ସୂଚନା ନ ଦେବା ଯୋଗୁଁ ଜନସାଧାରଣ ଙ୍କ ମଧ୍ୟ ରେ ଆକ୍ରୋଶର ମାହୋଲ୍ ଦେଖା ଯାଇଛି । ଏ ଦିଗରେ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ହୋଇଛି ।

Leave A Reply

Your email address will not be published.