ହୀରାକୁଦ ଜଳଭଣ୍ଡାରକୁ ଭାସି ଆସିଛନ୍ତି ଗାଈଗୋରୁ

ସମ୍ବଲପର, (ଦାମୋଦର ପଣ୍ଡା) : ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷ ର ସର୍ବାଧିକ ୪୬ ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଇଛି । ତେବେ ରବିବାର ରାତିରେ ଜଳଭଣ୍ଡାର କୁ ୫୦ ରୁ ଅଧିକ ଗାଈ ଗୋରୁ ଭାସି ଆସିଥିବା ଡ୍ୟାମ କର୍ତ୍ତୃପକ୍ଷ ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ ବୁର୍ଲା ଅଗ୍ନିଶମ ବିଭାଗ ସୂଚନା ପାଇ କ୍ରେନ ସହାୟତାରେ ଗୋଟିଏ ଷଣ୍ଢ ଓ ଗୋଟିଏ ବାଛୁରୀ କୁ ଜୀବନ୍ତ ଉଦ୍ଧାର କରିଥିଲେ । ଅସୁସ୍ଥ ଷଣ୍ଢକୁ ପ୍ରାଣୀଧନ ଚିକିତ୍ସାଳୟ କୁ ନିଆଯାଇଥିଲେ ସୁଦ୍ଧା ସେଠାରେ ଷଣ୍ଢ ର ମୃତ୍ୟୁ ଘଟିଛି । ତେବେ ଅନ୍ୟ ଗାଈଗୋରୁଙ୍କ ମୃତ୍ୟୁ ହୋଇ ଯାଇଥିବାରୁ କ୍ରେଷ୍ଟଗେଟ୍ ଖୋଲି ମହାନଦୀରେ ଭସାଇ ଦିଆଯାଇଥିବା ଜଣାଯାଇଛି ।
ଏହି ଗାଈଗୋରୁ ସବୁ ଛତିଶଗଡ଼ କଲମା ବ୍ୟାରେଜ ନିକଟସ୍ଥ ଏକ ଗ୍ରାମ ରୁ ଭାସି ଆସିଥିବା କୁହାଯାଉଥିବା ବେଳେ ହୀରାକୁଦ ଡ୍ୟାମ ଭିତରେ ଥିବା କ୍ୟାଟଲ ଆଇଲାଣ୍ଡ (ଟାପୁ) ରୁ ମଧ୍ୟ ଏମାନେ ଭାସି ଅସିଥାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି ।
ଅନ୍ୟପକ୍ଷରେ ହୀରାକୁଦ ଜଳଭଣ୍ଡାର କ୍ୟାଟେଲ ଆୟାଲାଣ୍ଡ (ଟାପୁ) ରେ ରହୁଥିବା ଗୋରୁ ମାନେ ଏବେ କେତେ ସୁରକ୍ଷିତ ଅଛନ୍ତି ତାକୁ ନେଇ ଏବେ ପରିବେଶବିତ୍ ଚିନ୍ତା ପ୍ରକଟ କରିଛନ୍ତି ।

Leave A Reply

Your email address will not be published.