oom

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ସବୁ ବର୍ଗ ଓ ସବୁ ଧର୍ମର ଲୋକେ ଦାନ ଦେଉଛନ୍ତି

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ସୁପ୍ରିମକୋର୍ଟର ରାୟ ପ୍ରକାଶିତ ହେବା ପରେ ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜନ କରିବା ପରେ ଶ୍ରୀରାମ ଚନ୍ଦ୍ରଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଦେଶର ସବୁବର୍ଗ ସବୁ ଧର୍ମର ଲୋକେ ନିଧି ସଂଗ୍ରହ ଅଭିଯାନରେ ସାମିଲ ହୋଇ ସହାୟତା ପ୍ରଦାନ କରୁଛନ୍ତି । ବରଗଡ଼ ଜିଲ୍ଲାର ପାଇକମାଲ ବ୍ଲକ ମାଣ୍ତୋସିଲ ଗ୍ରାମର ମୁସଲମାନ ସଂପ୍ରଦାୟକ ମହମ୍ମଦ ହନିଫ, ପାଇକମାଲ ରାଜ ମହମ୍ମଦ, ଗୁଲଜାର ଅଲ୍ଲୀ, ଆଜାଦ୍ ହୀନ୍ଦ ଫୌଜର ସେନାନୀ ସ୍ବର୍ଗତ ଶେଖ୍ ରାମଜାନ କ୍ବିରେସିଙ୍କ ପୁଅ ଅଲ୍ଲୀ ମହମ୍ମଦ କ୍ବିରେସି, ବିଲାଳ୍ ଖାଁ ରାମ ମନ୍ଦିର ପାଇଁ ନିଧି ସଂଗ୍ରହ ଅଭିଯାନରେ ସାମିଲ ହୋଇ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଛିନ୍ଦେଇକେଲା ଗ୍ରାମ ଠାରେ ମଧ୍ୟ ଅନୁଷ୍ଠିତ ନିଧି ସଂଗ୍ରହ ଅଭିଯାନରେ ସାମିଲ ହୋଇ ଡା ଜୟଚନ୍ଦ୍ର ଜୀବନ ରେଖା ରକ୍ତ ସହାୟତା ସଂଘ ୧୦ ହଜାର ୫ ଟଙ୍କା, ନନ୍ଦ କିଶୋର ନନ୍ଦ ୫ ହଜାର ୫ ଟଙ୍କା, ଏତଦ୍ ସହ ଛିନ୍ଦେଇକେଲା, ଟେମେରୀ ମାଲ, ପତ୍ରାଗୁଡା, ମଖନାମୁଣ୍ତା, ଭୁରୁଆମୁଣ୍ତା, ଡୁଡକିଝରିଆ, ଝାରବନ୍ଧ, ଗଂଜାଡାବର, ଖରାମାଲ, ଭରୁଆମୁଣ୍ତା, ମାଲପଡା, ଧାରୋଳ, ଡୁମ୍ବେରବାହାଲ, ପଥରେଲ ଆଦି ଅନେକ ଗ୍ରାମବାସୀ ୧୦ ଟଙ୍କା ଲେଖାଏଁ କୁପନରେ ପାଖାପାଖି ୪୦ ହଜାର ଟଙ୍କାର ସହାୟତା ପ୍ରଦାନ କରିଥିଲେ । ଏହି ନିଧି ସଂଗ୍ରହ ଅଭିଯାନ ସମୟରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ନିଧି ସଂଗ୍ରହ ଦାୟିତ୍ୱରେ ଥିବା ଲଳିତ ଜଗତ, ଚନ୍ଦ୍ର ମାଝୀ, ଦୁଃଶାସନ କୁମ୍ଭାର, ରାଜେନ୍ଦ୍ର ସେଠ, ରଜନୀ କାନ୍ତ ସାହୁ, ବିରଞ୍ଚି ବେହେରା, ବୀର କିଶୋର ନନ୍ଦ, ଗୋକୁଳ ବେହେରା, ନିଳୟ ସାହୁ, ଆକାଶ ସାହୁ, ପ୍ରମୋଦ ସାହୁ, ଅନିଲ ସାହୁ, ସୁବାଷ ଚନ୍ଦ୍ର ହଂସ, ବନବାସ ସାହୁ, କୈଲାସ ଦାସ, ତରଣୀ ଷଡଙ୍ଗୀ, ମହେନ୍ଦ୍ର ସାହୁ, ଭିକାରି ଚନ୍ଦ୍ର ବିଶ୍ବାଳ, ଗୋବିନ୍ଦ ମାଝୀ ଆଦି ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.