centurian jitm

ତେଲେନପାଲି ଗାଁରେ ରକ୍ତଦାନ ଶିବିର ଅନୁଷ୍ଠିତ

nschool

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକର ତେଲେନପାଲିରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ଓ ସମ୍ବାଦ ଆମ ଓଡିଶା ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ହେଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଉପ ଜିଲ୍ଲାପାଳ ପାଟଣାଗଡ ସୋମନାଥ ପ୍ରଧାନ, ସାମ୍ମନିତ ଅତିଥି ଭାବେ ବିଡ଼ିଓ ଖପ୍ରାଖୋଲ ତରିଣୀ ସୁନା, ନିରଞ୍ଜନ ବିଶି, ମହା ସଚିବ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ, ବିପ୍ର ବିଶି ଜିଲ୍ଲା ପରିଷଦ ଖପ୍ରାଖୋଲ ଜୋନ ୩ ତଥା ବ୍ଲକ ସଭାପତି ଆଦିବାସୀ କଲ୍ୟାଣ ସଂଘ ଯୋଗ ଦେଇଥିଲେ । ବିଶେଷ ଅତିଥି ମାନେ ହେଲେ ପୂର୍ଣ୍ଣ ଚନ୍ଦ୍ର ଭୋଇ, ଗୁପ୍ତେଶ୍ୱର କୁଆଁର, ଧ୍ରୁବ ସରାଫ ଓ ଅନନ୍ୟା ଗାଁରୁ ଆସିଥିଲେ । ଆଜି ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଦିନ ଅବସରରେ ଏକ ରକ୍ତ ଦାନ ଶିବିର ହେଇଥିଲା । ଉପଖଣ୍ଡ ହସ୍ପିଟାଲ ପାଟଣାଗଡ ରେଡକ୍ରସ ବିଭାଗରୁ ଆସିଥିବା ବୁଲା ସାମଲ ଓ ତାଙ୍କ ଷ୍ଟାଫ ୨୫ ଟି ରକ୍ତ ୟୁନିଟ ସଂଗ୍ରହ କରିଥିଲେ । ଏଥିରେ ଲିଙ୍ଗରାଜ ଧରୁଆ, ସେଲୁ ନାୟକ, ପ୍ରମୋଦ କୁଆଁର, ଚନ୍ଦ୍ରଭାନୁ ମାଝୀ ଓ ମହିଳା ମାନେ ମଧ୍ୟ୍ୟ ରକ୍ତ ଦାନ କରିଥିଲେ, ସେମାନେ ହେଲେ ଘଣ୍ଟେଶ୍ୱରୀ ସେଠ, ମଞ୍ଜୁଲତା ବେହେରା, ହେମକାନ୍ତି ନାଏକ, ବଲିଆବାହାଲର ଶିକ୍ଷୟିତ୍ରୀ ଓ ଅଙ୍ଗନୱାଡି କର୍ମୀ ।

Leave A Reply

Your email address will not be published.

error: Content is protected !!