pr

ସମ୍ପର୍କ ସ୍ୱେଚ୍ଛାସେବୀ ସଂଘ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

dr. purohit

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ବିଧାନସଭା ଅନ୍ତର୍ଗତ ବିରମାଲ ଗ୍ରାମ ଠାରେ ଅଗ୍ରଣୀ ଅନୁଷ୍ଠାନ ସମ୍ପର୍କ ସ୍ୱେଚ୍ଛାସେବୀ ସଂଘ ତରଫରୁ ଅନୁଷ୍ଠାନର ସଂଯୋଜକ ରୋସନ ସାହୁଙ୍କ ସଂଯୋଜନାରେ ସଂଘର ସଭାପତି ଅଶୋକ ସାହୁଙ୍କ ଉପସ୍ଥିତିରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଅଛି । ଏହି ରକ୍ତଦାନ ଶିବିରକୁ ଭାରତୀୟ ଜନତା ପାର୍ଟି ବରଗଡ଼ ଜ଼ିଲ୍ଲା ସଭାପତି ଅଶ୍ୱିନୀ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଉଦଘାଟନ କରିଥିଲେ । ସମୁଦାୟ ୩୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଅନୁଷ୍ଠାନର ସକ୍ରିୟ ସଦସ୍ୟ ଅବନୀ କାନ୍ତ ପଣ୍ଡା, ଈଶ୍ୱର ବାଗ, ଘନଶ୍ୟାମ ସାହୁ, କୁଶ ସାହୁ, ଶ୍ରୀକାନ୍ତ ସାହୁ, ମାଧବ ମହାପାତ୍ର, ବାବୁଲୁ ସାହୁ, ଭରତ ଭୁଏ, ଆକାଶ ସାହୁ, ପରକ୍ଷିତ ଛତର, ଲକ୍ଷ୍ମଣ ମହାପାତ୍ର ଯୋଗଦାନ କରି ସ୍ବେଛାକୃତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ବିରମାଲର ସୁଶାନ୍ତ ଦାସ ପରିଚାଳନା କରିଥିଲେ ।

nrusinghnath
Leave A Reply

Your email address will not be published.