ls

ଆଜି ରାଜ୍ୟରେ ୧୭୮୪ ନୂଆ ଆକ୍ରାନ୍ତ ଚିହ୍ନଟ : ଶୀର୍ଷରେ ନୂଆପଡ଼ା ଜିଲ୍ଲା

sb

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୭୮୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦୩୫ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୭୪୯ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୨୦, ବାଲେଶ୍ୱରରୁ ୭୨, ବରଗଡ଼ରୁ ୮୭, ଭଦ୍ରକରୁ ୩୦, ବଲାଙ୍ଗିରରୁ ୯୧, ବୌଦ୍ଧରୁ ୪, କଟକରୁ ୫୯, ଦେବଗଡ଼ରୁ ୧୨, ଢେ଼ଙ୍କାନାଳରୁ ୨, ଗଜପତିରୁ ୧୬, ଗଂଜାମରୁ ୮୦, ଜଗତସିଂହପୁରରୁ ୭, ଯାଜପୁରରୁ ୩୩, ଝାରସୁଗୁଡ଼ାରୁ ୧୦, କଳାହାଣ୍ଡିରୁ ୬୮, କନ୍ଧମାଳରୁ ୧୩, କେନ୍ଦ୍ରାପଡ଼ାରୁ ୧୮, କେଉଁଝରରୁ ୫୪, ଖୋର୍ଦ୍ଧାରୁ ୨୦୧, କୋରାପୁଟରୁ ୧୦, ମାଲକାନଗିରରୁ ୧, ମୟୁରଭଂଜରୁ ୨୭, ନବରଂଗପୁରରୁ ୬୭, ନୟାଗଡ଼ରୁ ୧୪, ନୂଆପଡ଼ାରୁ ୩୦୩, ପୁରୀରୁ ୫୩, ରାୟଗଡ଼ାରୁ ୨୫, ସମ୍ବଲପୁରରୁ ୧୧୪, ସୋନପୁରରୁ ୬, ସୁନ୍ଦରଗଡ଼ରୁ ୨୪୧ ଓ ଷ୍ଟେଟ ପୁଲ୍‌ରୁ ୪୬ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସମୁଦାୟ ୩୫୩୦୮୬ ଜଣ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୪୦୬୦୦ ଜଣ ସୁସ୍ଥ ହୋଇ ସାରିଛନ୍ତି । ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୦୩ ରହିଛି ।

pc pk
Leave A Reply

Your email address will not be published.